ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ କବିସୂର୍ୟ୍ଯ ନଗର ନିର୍ବାଚନ ମଣ୍ଡଳୀ ତଥା ପୁରୁଷୋତ୍ତମପୁର ବ୍ଲକର 11ଗୋଟି ପଞ୍ଚାୟତ ର 5ଜଣ ଯେଇଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବାରୁ 4ଜଣ ଯେଇଙ୍କ ସହ ପଞ୍ଚାୟତ ର ବିଭିର୍ଣ୍ଣ ଉର୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କଲେ, ନୂତନ ଭାବେ ବିଜେପିରୁ ବିଧାୟକ ହୋଇଥିବା କବିସୂର୍ଯ୍ୟନଗର ର ପ୍ରତାପ ଚନ୍ଦ୍ର ନାୟକ |

ସେ ପୁରୁଷୋତ୍ତମପୁର ବ୍ଲକର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଯେଇ ନାଗ ଭୂଷଣ ଯାଦବ, ଓ ଅନ୍ୟ ଯେଇ ମାନେ ହେଲେ ମନୋରଞ୍ଜନ ସ୍ବାଇଁ, ଶୁଭଶ୍ରୀ ପାତ୍ର, ଦିଲ୍ଲୀପ କିଷାନ, ସୁଦର୍ଶନ ସାବତ, ଉପସ୍ଥିତ ଥିଲାବେଳେ ଯେଇ ଜାନକି ପାତ୍ର ଅନୁପସ୍ଥିତ ଥିଲେ ମଧ୍ୟ ତାଙ୍କରି ପଞ୍ଚାୟତ ର ମଧ୍ୟ ରିଭ୍ୟୁ କରା ଯାଇଥିଲା | ସେମଧ୍ୟରେ ଥିଲା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପଞ୍ଚାୟତ ର ରାସ୍ତା, ଡ୍ରେନେଜ କାମ, ବସୁଧା ପାନୀୟ ଜଳ ଯୋଗାଣ ବ୍ୟବସ୍ତା ସହିତ ପଞ୍ଚାୟତ ର ବିଭିର୍ଣ୍ଣ ଉର୍ନ୍ନୟନ କାର୍ଯ୍ୟ କିପରି ସୁରୁଖୁରୁରେ ସ୍ଵଛ, ଭାବେ ହୋଇ ପାରିବ ତାଉପରେ ବିଧାୟକ ଯେଇମାନଙ୍କ ସହ ଆଲୋଚନା କରି ଲୋକଙ୍କୁ ବହୁବିଧ ସୁବିଧା ଦେବାକୁ ଯେଇ ମାନଙ୍କୁ କହିଥିଲେ |

ଏହା ସହିତ 11ଗୋଟି ପଞ୍ଚାୟତ ର ନେତା କର୍ମୀ ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ମାନେ ସେମାନଙ୍କ ବହୁବିଧ ଅସୁବିଧା ଜଣାଇବା ପାଇଁ ଅପେକ୍ଷା କରିଥିବାରୁ ପଞ୍ଚାୟତ ର ବ୍ୟକ୍ତି ବିଶେଷଙ୍କୁ ଡ଼ାକି ସେମାନଙ୍କ ଅସୁବିଧା ଶୁଣିତାର ନିରାକରଣଉପରେ ସମାଧାନ ର ରାସ୍ତାଦେଖାଇ ଥିଲେ |

ଯାହା ଫଳରେ ବହୁ ଜନ ପ୍ରତିନିଧି ଓ କର୍ମୀ ଓ ଲୋକମାନେ ବିଧାୟକ ନୂତନ ହୋଇଥିଲେ ମଧ୍ୟ ତାଙ୍କରି ଦୁରଦୃଷ୍ଟି ସମ୍ପର୍ଣ୍ଣ ଉର୍ନ୍ନତ ଚିନ୍ତାଧାରା କୁ ସମସ୍ତେ ପସନ୍ଦ କରିଥିଲେ | ଏପରି ଯଦି ଭବିଷ୍ୟତ ରେ ହୁଏ ତେବେ ପ୍ରତେକ ପଞ୍ଚାୟତ ରାମ ରାଜ୍ୟରେ ପରିଣତ ହେବ ବୋଲି ସମସ୍ତେ ଆଲୋଚନା କରୁଥିବାର ଦେଖା ଦେଇଛି | ଅନ୍ୟ ମାନଙ୍କ ନଧ୍ୟରେ ଯୁବନେତା ସୀତାରାମ ପାଣିଗ୍ରାହୀ ଓ ବହୁ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ |

ଏହା ମଧ୍ୟରେ ରିଭ୍ୟୁ ବୈଠକ ଆରମ୍ବରେ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ଯେଇ ଙ୍କ ସହ ଅନ୍ୟ ଯେଇମାନେ ଓ ବାହାରେ ଥିବା ଜନ ପ୍ରତିନିଧି ମାନେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଦେଉ ସ୍ୱାଗତ କରିବା ସହ ପୂର୍ତ୍ତ ବିଭାଗ ର ଯେଇ ମେଡମ ମଧ୍ୟ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜରିଥିଲେ | (ରିପୋର୍ଟ ପ୍ରସନ୍ନ କୁମାର ଦାସ)
