You are currently viewing ଚିକିଲି ରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନେତା ଶିବିର
ଚିକିଲି ରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନେତା ଶିବିର

ଖଲ୍ଲିକୋଟ : 26/1 ଶୁକ୍ରବାର ସାଧାରଣତନ୍ତ୍ର ଦିବସ ଅବସର ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ର ଏକ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଶିବିର ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଯେଉଁ ଅର୍ପଣ ରଥ ପରିକ୍ରମା କରିଥିଲା ତାର ଚାଉଳ, ଟଙ୍କା ଓ ଗୁଆ, ନଡ଼ିଆ ଆଦାୟ କ୍ଷେତ୍ରରେ ସମଗ୍ର ଖଲ୍ଲିକୋଟ ବ୍ଲକ ଜନସାଧାରଣ ଙ୍କ ଅକୁଣ୍ଠ ସହଯୋଗ ରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ବ୍ଲକ ଭାବେ ଜଗନାଥ ଙ୍କ ନିକଟରେ ସମର୍ପଣ କରାଯାଇଛି |ସେହିପରି 5T ରୂପାନ୍ତରିଣ କ୍ଷେତ୍ର ରେ ଖଲ୍ଲିକୋଟ ବ୍ଲକ ର ସମସ୍ତ ସ୍କୁଲ କଲେଜ ରୂପାନ୍ତରିତ ହେବା ସହ ପାନୀୟ ଜଳ, କୋଭିଡ ପରିଚାଳନା ଓ ମହିଳା ସଶକ୍ତିକରଣ କ୍ଷେତ୍ର ରେ ସଫଳତା ମିଳିଛି ବୋଲି ପ୍ରକାଶ କରିବା ସହ ଚିକିଲି ଚକା ଠାକୁର ଙ୍କ ମନ୍ଦିର ଉନ୍ନକରଣ ହୋଇଛି ବୋଲି ପ୍ରକାଶ କରିବା ସହିତ ବି ଏସ କେ ୱାଇ ନବୀନ କାର୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ତହସିଲଦାର ଶ୍ରୀକୁମାର ରଥ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉପାଧ୍ୟକ୍ଷ|ଭାରତୀ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦନା ସେଠି, ସରପଞ୍ଚ ନୟନୀ ପ୍ରଧାନ, ସମିତି ସଭ୍ୟା କୁମାରୀ ଦାସ, ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଙ୍କ ସମେତ ସମସ୍ତ ବିଭାଗୀୟ କର୍ମକର୍ତା ମାନେ ଯୋଗ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ |ସମଗ୍ର କାର୍ଯ୍ୟକ୍ରମ କୁ ଚିକିଲି ପଂଚାୟତ ର ନାଏବ ସରପଞ୍ଚ ତଥା ସମାଜସେବୀ ଅରୁଣ କୁମାର ଖୁଣ୍ଟିଆ ପରିଚାଳନା କରିଥିଲେ |

ଏ ଅବସର ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )