You are currently viewing ନିର୍ମଳ ଝର ଛକ ରେ ପ୍ରତିଷ୍ଠା ହେଲା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି |ଖୁବ ଶୀଘ୍ର ପ୍ରତିଷ୍ଠା ହେବ ସୁଜ୍ଞାନ ଙ୍କ ପ୍ରତିମୂର୍ତ୍ତି |
ନିର୍ମଳ ଝର ଛକ ରେ ପ୍ରତିଷ୍ଠା ହେଲା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି |ଖୁବ ଶୀଘ୍ର ପ୍ରତିଷ୍ଠା ହେବ ସୁଜ୍ଞାନ ଙ୍କ ପ୍ରତିମୂର୍ତ୍ତି |

ଖଲ୍ଲିକୋଟ : 5 /3 କଳିଙ୍ଗ ସମ୍ରାଟ ତଥା ଓଡିଶା ର ପ୍ରବାଦ ପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ 108 ତମ ଜନ୍ମ ଜୟନ୍ତୀ ଓ ପଂଚାୟତ ଦିବସ ଅବସର ରେ ଖଲ୍ଲିକୋଟ ସହର ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନିର୍ମଳ ଝର ଛକ ଠାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି କୁ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ଖଲ୍ଲିକୋଟ ବିଧ|ୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ପ୍ରମୁଖ ଅନାବରଣ କରିଥିଲେ |ଆୟୋଜିତ ଅନାବରଣ କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀମତୀ ବିଷୋୟୀ ସ୍ବର୍ଗତ ବିଜୁ ବାବୁ ଙ୍କ ଓଡିଶା ପାଇଁ ଅବଦାନ ଓଡିଶା ବାସୀ ମ|ନେ ରଖିବେ ଓ ତାଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ସୁପୁତ୍ର ଓ 5 ଟି ଅଧକ୍ଷ ମଧ୍ୟ ଓଡିଶା ବାସୀଙ୍କ ପାଇ ନିରନ୍ତର ସେବା ଯୋଗାଇ ଆସୁଛନ୍ତି |ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ବୈଦ୍ୟ ତାଙ୍କ ବକ୍ତବ୍ୟ ରେ ଖଲ୍ଲିକୋଟ ରାଜ ପରିବାର ଓ ରାଣୀ ସୁଜ୍ଞାନ ଙ୍କ ସହ ନିବିଡ଼ ରାଜନୈତିକ ସମ୍ପର୍କ ରହି ଆସିଥିଲା |ଖଲ୍ଲିକୋଟ ଠାରେ ଖଲ୍ଲିକୋଟ ରାଣୀ ଦିବଂଗତ ସୁଜ୍ଞାନ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇ ଥିଲେ |

ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଶ୍ରୀ ବେହେରା ବିଜୁ ଙ୍କୁ ଜଣେ ସଚ୍ଚା ଓ ସାହସୀ ଦେଶଭକ୍ତି ର ଜ୍ୱଳନ୍ତ ପ୍ରତୀକ ଭାବେ ବିବେଚନା କରି ସ୍ବର୍ଗତ ସୁଜ୍ଞାନ ଙ୍କୁ ମନେ ପକାଇ ଭାବ ବିହ୍ଵଳ ହୋଇ ପଡିବା ସହ ଖଲ୍ଲିକୋଟ ବସ ଷ୍ଟାଣ୍ଡ ଠାରେ ଦିବଂଗତ ସୁଜ୍ଞାନ ଓ ଜ୍ୟୋତିଷ ବାଇ କୋଳି ତଥା ରାମଚନ୍ଦ୍ର ମର୍ଦରାଜ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ପ୍ରକାଶ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଖଲ୍ଲିକୋଟ ବ୍ଲକ ର ପ୍ରାକ୍ତନ ଅଧକ୍ଷ ବିପ୍ର ଚରଣ ସାହୁ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ଭିକାରି ପାଣ୍ଡୀ, ରାଜ୍ୟ ବିଜେଡ଼ି ସମ୍ପାଦିକା ମିନାକ୍ଷୀ ସାହୁ ଓ ସନ୍ଧ୍ୟାରାଣୀ ଦଳାଇ, ମହିଳା ବିଜେଡ଼ି ବ୍ଲକ ସଭାପତି ମିତାଞ୍ଜଳି ମିଶ୍ର, ବ୍ଲକ ବିଜେଡ଼ି ସଭାପତି ଦୟାନିଧି ସାହୁ, ବିଜେଡ଼ି ସମ୍ପାଦକ ସତ୍ୟବ୍ରତ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ଚନ୍ଦନା ସେଠୀ ବିନାୟକ ଜାଲ୍ଲୀ, ବ୍ଲକ ଉପାଧ୍ୟକ୍ଷା ଭାରତୀ ମହାରଣା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ,ଏନ ଏ ସି ଉପାଧ୍ୟକ୍ଷା ଲିଲି ସାହୁ, ବରିଷ୍ଠ କାଉନସିଲର ପ୍ରଦୀପ କୁମାର ପଟନାୟକ, ସୁଜାତା କୁମାରୀ ସାମନ୍ତ, ବଳରାମ ବେହେରା ଓ ସମସ୍ତ ସରପଞ୍ଚ ବିଜେଡ଼ି କର୍ମୀ ଓ ବୁଦ୍ଧିଜୀବୀ ଓ ବହୁ ବିଜୁ ପ୍ରେମୀ ମନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ | ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ