ଆସିକା,୨୮/୬(ଶକ୍ତି ପ୍ରସାଦ କର) ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଆସିକା ସେବାକେନ୍ଦ୍ର ତରଫରୁ ମା ଫୁଲକେଶିନିଙ୍କ ଯାତ୍ରା ଅବସରରେ ସ୍ଥାନୀୟ କୃଷ୍ଣ ସିଂହ ପାଠାଗାର ପ୍ରାଙ୍ଗଣରେ ଆୟୋଜିତ ଚୈତନ୍ୟ ଦେବୀ ମଣ୍ଡପରେ ଚୈତନ୍ୟ ଦେବୀ ଙ୍କର ମେଢ଼ ଆସିକା ବିଧାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସହରବାସୀ ଙ୍କୁ ପରମାତ୍ମା ଶିବପିତାଙ୍କ କଲ୍ଯାଣକାରୀ ସନ୍ଦେଶ ପ୍ରଦାନ କରିବା ସହିତ ଚୈତନ୍ୟ ଝାଙ୍କିର ଆଧ୍ଯାତ୍ମିକ ରହସ୍ୟ ବର୍ଣ୍ଣନା କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆସିକା ବିଧାୟକ ଯାତ୍ରା ଅବସରରେ ସହରବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ lଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଆସିକା ବାର୍ ଆସୋସିଏସନର ସଭାପତି ସୁଧାଂଶୁ ପଣ୍ଡା, ସନ୍ଦୀପ ପାଢୀ, ସଙ୍ଗୀତ ପାଢୀ, ବିଧାୟକଙ୍କ ପ୍ରତିନିଧି ବିଜୟ ସ୍ୱାଇଁ ମଞ୍ଚାସୀନ ଥିଲେ l ବ୍ରହ୍ମାକୁମାର ସତ୍ୟ ପ୍ରିୟ କାର୍ଯ୍ୟକ୍ରମ ସଂଚାଳନl କରିଥିବା ବେଳେ ବାର ଆସୋସିଏସନ ର ପୂର୍ବତନ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମ ଶେଷରେ ବିଧାୟକ ମହୋଦୟ ଶ୍ରଦ୍ଧାଳୁ ସହରବାସୀ ଙ୍କୁ ଈଶ୍ୱରୀୟ ପ୍ରସାଦ ବିତରଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l
