You are currently viewing ପଞ୍ଚଭୂତ ରେ ଲୀନ ହେଲେ ସୂର୍ଯ୍ୟ,ବିଜେଡ଼ି ପାଇଁ ଏକ ଅପୂରଣୀୟ କ୍ଷତି ସମାଜସେବୀ ମନମୋହନ ପାଣିଗ୍ରାହୀ,ବିଦେଶୀ ଦୋରା ।
ପଞ୍ଚଭୂତ ରେ ଲୀନ ହେଲେ ସୂର୍ଯ୍ୟ,ବିଜେଡ଼ି ପାଇଁ ଏକ ଅପୂରଣୀୟ କ୍ଷତି ସମାଜସେବୀ ମନମୋହନ ପାଣିଗ୍ରାହୀ,ବିଦେଶୀ ଦୋରା ।

ବ୍ରହ୍ମପୁର , ୦୬/୦୯ – ( ଆରତ କୁମାର ହୋତା ) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପାର୍ଥିବ ଶରୀର ରବିବାର ଅପରାହ୍ନରେ ଦିଗପହଣ୍ଡି କପାମଣ୍ଡି ନିକଟରେ ପଞ୍ଚଭୂତ ରେ ଲୀନ ହୋଇଥିଲେ । ସେ ଶନିବାର ସଂନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କର ପାର୍ଥିବ ଶରୀର ଦିଗପହଣ୍ଡି ଅଣାଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ତାଙ୍କ ମର ଶରୀରକୁ ଦହନ କରାଯାଇଥିଲା । ସୂର୍ଯ୍ୟ ବାବୁଙ୍କ ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ । ତାଙ୍କର ଶେଷକୃତ୍ୟ ସମୟରେ ତାଙ୍କ ସାନପୁଅ, ଝିଅ ଓ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ନିର୍ବାଚନ ମଣ୍ଡଳୀର ବହୁ ନେତା, କର୍ମୀ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବହୁ ବିଧାୟକ ଓ ଜନପ୍ରତିନିଧି ଯୋଗଦାନ କରିଥିଲେ । ସୂର୍ଯ୍ୟ ବାବୁଙ୍କ ମୃତ୍ୟୁ ବିଜେଡ଼ି ପାଇଁ ଏକ ଅପୂରଣନୀୟ କ୍ଷତି ହୋଇଥିବା କହିଥିଲେ ସମାଜସେବୀ ମନମୋହନ ପାଣିଗ୍ରାହୀ ଏବଂ ସମାଜସେବୀ ବିଦେଶୀ ଦୋରା ।