ଖଲ୍ଲିକୋଟ :14/5 ଗତ 18 ବର୍ଷ ହେଲା ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ହୋଇଥିଲେ ମଧ୍ୟ ଏଯାବତ ଆଇନ ର କାର୍ଯ୍ୟକାରୀ କରାଯାଇ ଆବଶ୍ୟକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ଓ ଘରବାରି ପଟ୍ଟା ମିଳିନଥିବା ହଜାର ହଜାର ଆଦିବାସୀ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ରେ ଭିଟାମାଟି ସୁରକ୍ଷା ଅଭିଯାନ ଗଞ୍ଜାମ ଓ ଆଦିବାସୀ ଲୋକ ସଂଗଠନ ତରଫରୁ ଖଲ୍ଲିକୋଟ ବ୍ଲକ ର ଆଦିବାସୀ ଅଧ୍ୟୁଷିତ ବାଦ ପଲ୍ଲୀ ପଂଚାୟତ ର ଆଦିବାସୀ ନେତା ବିଜୟ କୁମାର ସ୍ୱାଇଁ ଙ୍କ ଆବାହକତ୍ୱ ରେ ଛକା ସିଙ୍ଗି ଗ୍ରାମରେ ଏକ ଆଦିବାସୀ ମହାସଭା ଅନୁଷ୍ଠିତ ହୋଇଯାଇଛି |।

ଏହି ଆଦିବାସୀ ମେଳରେ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ମାନେ ଯୋଗ ଦେଇ ଆଦିବାସୀ ମାନଙ୍କ ସ୍ୱାର୍ଥ ସହିତ ଜଡିତ ଜଙ୍ଗଲ ଜମି ଅଧିକାର ଆଇନ କୁ ସଫଳ ଭାବେ କାର୍ଯ୍ୟକାରୀ ଆବଶ୍ୟକ ପଟ୍ଟା ପ୍ରଦାନ କରିବା ସହ ବାଦ ପଲ୍ଲୀ ପଂଚାୟତ ରେ ଉପୁଜିଥିବା ଉତ୍କଟ ପାନୀୟ ଜଳ ସମସ୍ୟା ର ସମାଧାନ କରି ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗ|ଇବା, ଏହି ପଂଚାୟତ ର ଆଦିବାସୀ ମାନେ ସ୍ୱାସ୍ଥ୍ୟ ସମସ୍ୟା ରେ ସମ୍ମୁଖୀନ ହେବା ସହ ଶିଶୁ ଗର୍ଭବତୀ ମା ମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ରୁ ବଂଚିତ ହୋଇ ମୃତ୍ଯୁ ମୁଖରେ ପଡୁଛନ୍ତି |।

ତେଣୁ ଏଠାରେ ଏକ ଆଦିବାସୀ ମାନଙ୍କ ପାଇଁ ଏକ ପ୍ର|ଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିବା ସହ ଉଦ୍ୟାନ କୃଷି ଓ ପନିପରିବା ଚାଷ ପାଇଁ ଜଳ ସେଚନ ର ସୁବିଧା ନଥିବାରୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇବା ଓ ଅଧିକାଂଶ ଆଦିବାସୀ ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ସମସ୍ତ ଗ୍ରାମ କୁ ପକ୍କା ରାସ୍ତା ନିର୍ମାଣ, ସବୁ ଗ୍ରାମ ଓ ଆଦିବାସୀ ପଡା କୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବା ଓ ଆଦିବାସୀ ଲୋକ ମାନେ ରାଜ୍ୟ ବାହାରେ ଓ ଭିତରେ ଯୋଗାଯୋଗ କରିବା ପାଇଁ ମେଡିକାଲ ପୋଲିସ ଭଳି ଜରୁରି କାଳୀନ ସେବା ପାଇଁ ନେଟ ୱାର୍କ ପ୍ରତିବନ୍ଧକ ହୋଇଥିବାରୁ ତୁରନ୍ତ ପାଞ୍ଚ ଗୋଟି ଟାୱାର ପ୍ରତିଷ୍ଠା କରିବା ର ଆବଶ୍ୟକତା ରହିଛି |ଏପରିକି ନେଟୱାର୍କ ଅଭାବ ରୁ ଛ|ତ୍ର ଛାତ୍ରୀ ମାନେ ପାଠ ପଢା ରୁ ବଂଚିତ ହେଉଛନ୍ତି ସେହିପରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମ ରେ ସମସ୍ତଙ୍କୁ ପକ୍କା ଘର ଓ ବୃଦ୍ଧ ବିଧବା ମାନଙ୍କୁ ଭତ୍ତା ପ୍ରଦାନ ଅନ୍ତର୍ଭୁକ୍ତ |ଏ ସବୁ ସୁବିଧା ପାଇଁ ଯେଉଁ ରାଜନୈତିକ ଦଳ ର ନେତା ପ୍ରତିଶୃତି ଦେଇ ଶପଥ କରିବ ତାକୁ ହିଁ ଭୋଟ ଦେବୁ ନଚେତ ଚଳିତ ନିର୍ବାଚନ ରେ ଆଦିବାସୀ ମାନେ ଭୋଟ ବର୍ଜନ ପାଇଁ ଧମକ ଦେଇଛନ୍ତି |ତେବେ ଏହି ସଭା ରେ ବିଜେଡି ନେତା ଓ ପ୍ରାକ୍ତନ ବ୍ଲକ ଅଧକ୍ଷ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା, ପଥରା

ପୂର୍ବତନ ସରପଞ୍ଚ ବନମାଳୀ ଵାଲା ଓ ବଧି ନୂଆ ପଲ୍ଲୀ ପଂଚାୟତ ର ପୂର୍ବତନ ସରପଞ୍ଚ ଚକ୍ରପାଣି ରାଉତ ପ୍ରମୁଖ ଯୋଗ ଦେଇ ବିଜେଡି ପାର୍ଥୀନୀ ନିର୍ବାଚିତ ହେଲେ ଏ ସବୁ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଭିଟାମାଟି ସୁରକ୍ଷା ଅଭିଯାନ ର ସଭାପତି ରମେଶ ଶବର, ଉଲ୍ଲାସ ଶବର ଓ ରାଜୁ ଶବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
