ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସମ୍ଳୀଳନି କକ୍ଷରେ ସୁସ୍ଥ ଗ୍ରାମ ପଂଚାୟତ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବିଡ଼ିଓ ନିରଞ୍ଜନ ବେହେରା, ବ୍ଲକ ଫାଇନାନ୍ସ ଅଫିସର ମହମ୍ମଦ ଆଜାରୁଧିନ ଖାନ୍ନ, ସି ପି ସୁନୀଲ କୁମାର ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ ।ଅଙ୍ଗନବାଡି କେନ୍ଦ୍ର ରେ ସୁସ୍ଥ ଶିଶୁ ଓ ସୁସ୍ଥ ମା ମାନଙ୍କ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ଯଥା ଅନ୍ନ ପ୍ରାସନ, ଶିଶୁ ର ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳ, ସଂଗୀତ କାର୍ଯ୍ୟକ୍ରମ , ମା ମାନଙ୍କ ପାଇଁ ଗର୍ଭବତୀ ସମୟରେ ପୃଷ୍ଟି କର ଖାଦ୍ୟ ଯୋଜନା ଉପରେ ଆଲୋକ ପାତ କରାଯାଇଥିଲା । ପଂଚାୟତ ପକ୍ଷରୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ପରିବେଶ ସଫା ପାଇଁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିପରି ଜନ ସାଧାରଣଙ୍କୁ ସଚେତନତା କରାଯିବା, ଏହାର ସୁଫଳ ଲୋକଙ୍କ ପାଖରେ ଠିକ ଭାବେ ପହଂଚିବା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚ, ୱାର୍ଡସଭ୍ୟ ସଭ୍ୟା, ଆଶା କର୍ମୀ ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
