ଖଲ୍ଲିକୋଟ :23/12
ସମଗ୍ର ଭାରତ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ଖଲ୍ଲିକୋଟ ଏନ୍ ଏ ସିରେ ଆୟୋଜିତ ଯାତ୍ରା କାର୍ଯ୍ୟକ୍ରମ ବିଭିନ୍ନ ମହଲରୁ ଅସହଯୋଗ କାରଣ ରୁ ଏହା ସଂପୂର୍ଣ୍ଣ ବିଫଳ ହେବା ସହ ସ୍ଥାନୀୟ ବିଜେପି ର ନେତା ଓ କର୍ମୀ ମାନେ ନୈରାଶ୍ୟ ଜନକ ଭାବେ କାର୍ଯ୍ୟକ୍ରମ ସ୍ଥଳ ରୁ ଫେରିଯାଇ ଥିବା ଦେଖିବାକୁ ମିଳିଥିଲା l କାର୍ଯକ୍ରମରେ ସମସ୍ତ ପଦସ୍ଥ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ କାର୍ଯ୍ୟ କ୍ରମରେ କୌଣସି ମହିଳା SHG କର୍ମୀ, କାଉନସିଲର, ନଗରପାଳ ସମେତ କୌଣସି ଲୋକ ଉପସ୍ଥିତ ନ ଥିଲେ l ଉକ୍ତ କାର୍ଯକ୍ରମରେ ସଂକଳ୍ପ ରଥରେ ଲାଗିଥିବା LED ମଧ୍ୟମରେ କେନ୍ଦ୍ର ସରକାର ଙ୍କ ଦଶ ବର୍ଷ ର ବିକାଶ ଯାତ୍ରା ସମ୍ପର୍କର ପ୍ରଚାର ଚାଲିଥିବା ବେଳେ ସମ୍ମୁଖରେ ଥିବା ଚେୟାର ସବୁ ଖାଲି ପଡ଼ିଥିବା ଦେଖି ସ୍ଥାନୀୟ ବିଜେପି ର ନେତା ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ ପଣ୍ଡା, ନିର୍ବାଚନ ମଣ୍ଡଳୀ ସଂଯୋଜକ ଯଜ୍ଞ ନାରାୟଣ ଦାସ, ନଗର ବିଜେପି ସଭାପତି ଶଙ୍କର ପ୍ରସାଦ ନାହାକ ଓ ମିଡ଼ିଆ ସଂଯୋଜକ ସମ୍ଭୁ ନାଥ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ଅସହଯୋଗକୁ ତୀବ୍ର ପ୍ରତିବାଦ କରିଥିଲେ l ଏହି ସଂପର୍କ ରେ ସ୍ଥାନୀୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ଙ୍କ ଯୋଗାଯୋଗ କରିବା ରେ ଏ ନେଇ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଥିଲେ |ଏ ସମ୍ପର୍କରେ ବିଜେପି କର୍ମକର୍ତା ମାନେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଅଧିକାରୀ ଙ୍କୁ ବିକଶିତ ଭ|ରତ ସଂକଳ୍ପ ଯାତ୍ରା ରେ ଏନ ଏ ସି ର ଅସହଯୋଗ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନଥିଲା |ପ୍ରକାଶ ଥାଉକି କିଛି ଦିନ ତଳେ ଖଲ୍ଲିକୋଟ ଏନ ଏ ସି କର୍ତ୍ତୃପକ୍ଷ ଓ ବିଜେପି ନେତା ମାନଙ୍କ ମଧ୍ୟରେ ଉଚ୍ଚ ବଚସା ହୋଇଥିଲା |
ରିପୋର୍ଟ,ମାଧବ ବେହେରା
