କୋଦଳା
ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ ହୋଇଛି ।ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ୨ ଜଣ ସରକାରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏବଂ ବିଧାୟିକା ଓ ବିଜେଡ଼ି କର୍ମକର୍ତ୍ତାଙ୍କ ସହ ଫଟୋ ଉଠାଇଥିବା ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି।ସରକାରୀ ଶିକ୍ଷକ ହୋଇ ରାଜନୈତିକ କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବ୍ଳକର ପାଇକପଡ଼ା ବଟେଶ୍ୱର ହାଇସ୍କୁଲର ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଓ ଏନ୍ ଗୁଞ୍ଜବଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ସରକାର ଏ ଘଟଣା ଉପରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଆଲୋକ ଶତପଥୀ ଦାବି କରିଛି। ଏନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଣୀ ବିନୀତା ସେନାପତି କୁଂ ଫୋନ୍ ଯୋଗେ ପଚାରିବାରୁ ଏହା ବେଆଇନ୍ କାର୍ଯ୍ୟ ଏବଂ ଅଭିଯୋଗ ପାଇବା ପରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ୨ ଶିକ୍ଷକ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ସେପଟେ ଆମେ ଯାଉଥିଲୁ ଭବନଟି କେମିତି ହୋଇଛି ବୋଲି ଦେଖିବାକୁ ଯାଇଥିଲୁ। ଫଟୋ ଉଠାଇବା କଥାକୁ ଏଡାଇ ଦେଇଛନ୍ତି। ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି ବିଦ୍ୟାଳୟର ପରିଚାଳନା କମିଟି ପାଇଁ ପ୍ରୋସେସିଂ ଚାଲିଥିବାରୁ ସେ ବିଧାୟିକାକଂ ପାଖକୁ ଯାଇଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
