ବିଶାଖାପାଟଣା , ୧୨/୧୧ – ( ଯଶୋବନ୍ତ ପାଢ଼ୀ ) -:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ଆଜି ବିଶାଖାପାଟଣା ଠାରେ ଆୟୋଜିତ ସମ୍ମିଳନୀରେ ୧୫୨୩୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପାଟଣା ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା କରାଯିବା ପରେ ରୋଡ ଶୋ ଦ୍ଵାରା ନାଭାଲ ବେସରେ ପହଞ୍ଚିଥିଲେ।

ରୋଡ ଶୋ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ସ୍ବାଗତ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ବିଶାଖାପାଟଣା ଠାରେ ବିଶାଖାପାଟଣା ଠାରେ ଦକ୍ଷିଣ ପୂର୍ବ ରେଳବାଇ ଜୋନର ନିର୍ମାଣ ସହ ୪୬୦ କୋଟି ଟଙ୍କା ବିନିମୟରେ ବିଶାଖାପାଟଣା ରେଲୱେ ଷ୍ଟେସନ ନିର୍ମାଣ, ୩୭୭୮ କୋଟି ଟଙ୍କା ବିନିମୟରେ ବିଶାଖାପାଟଣା ରାୟପୁର ମଧ୍ୟରେ ଗ୍ରୀନଫିଲ୍ଡ ଇକୋନୋମିକ କରିଡୋର୍ ନିର୍ମାଣ, ୫୬୬ କୋଟି ଟଙ୍କା ବିନିମୟରେ ବିଶାଖାପାଟଣା ପୋର୍ଟର ଉନ୍ନତିକରଣ, ୧୫୨ କୋଟି ଟଙ୍କା ବ୍ୟୟରେ ବିଶାଖାପାଟଣା ଫିଶିଂ ହାରବାର ନିର୍ମାଣ, ୨୬୫୮ କୋଟି ବ୍ୟୟରେ ଶ୍ରୀକାକୁଲମ ଅନୁଗୁଳ ମଧ୍ୟରେ ଗ୍ୟାସ ପାଇପ ଲାଇନର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏଥିସହ ୨୧୧ କୋଟି ବ୍ୟୟରେ ନିର୍ମିତ ଓଡ଼ିଶାର ଗଜପତି ଜିଲ୍ଲାର ପାତପାଟଣା ଠାର ଆନ୍ଧ୍ରପ୍ରଦେଶର ନାରସାନାପେଟା ନିର୍ମିତ ଜାତୀୟ ରାଜପଥ ୩୨୬A ର ଉଦଘାଟନ, ୨୯୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ରିଷ୍ଣା ଗୋଦାବରୀ ନଦୀରେ ଓଏନଜିସି ପାଇଁ ନିର୍ମିତ ଡ୍ୟାମକୁ ଦେଶ ଓ ଜନସାଧାରଣ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ସବୁ ପ୍ରୋଜେକ୍ଟ ଦ୍ଵାରା ଆନ୍ଧ୍ରପ୍ରଦେଶ ରାଜ୍ୟ ସହ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କ ବୃଦ୍ଧି ସହ ବାଣିଜ୍ୟ, ଗମନାଗମନ ସହ ଅନ୍ୟ ସମସ୍ତ ସୁବିଧା ୩ ଟି ରାଜ୍ୟର ଜନସାଧାରଣଙ୍କୁ ମିଳିବ ବୋଲି କହିଛନ୍ତି ।

