You are currently viewing ଇନଡୋର ଷ୍ଟାଡିୟମ ନିର୍ମାଣରେ ଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀମାତ୍ରାଧିକ ପିସି ଓ ବିଧାୟିକାକଂ ସଂପୃକ୍ତିକୁ ନେଇ ଅଭିଯୋଗ
ଇନଡୋର ଷ୍ଟାଡିୟମ ନିର୍ମାଣରେ ଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀମାତ୍ରାଧିକ ପିସି ଓ ବିଧାୟିକାକଂ ସଂପୃକ୍ତିକୁ ନେଇ ଅଭିଯୋଗ

କୋଦଳା (୨୪/୦୬ /୨୦୨୩)
ମାତ୍ର ୧୮ ମାସ ଧରି ୭ କୋଟିର ବଜେଟ୍ ରେ ନିର୍ମାଣ ଚାଲିଥିବା କୋଦଳା ଇନଡୋର ଷ୍ଟାଡିୟମ କୁ ନେଇ ଏବେ ଦେଖା ଦେଇଛି ବିବାଦ ।ଗତ ୨୨ ତାରିଖରେ ସାମାନ୍ୟ ବର୍ଷାରେ ଉକ୍ତ ଇନଡୋର ଷ୍ଟାଡିୟମର କିଛି ଅଂଶ ଭୁଷୁଡ଼ି ଯିବାକୁ ନେଇ ଏବେ ତୀବ୍ର ହୋଇଛି ରାଜନୀତି। ନିର୍ମାଣ କାର୍ଯ୍ୟ ସରି ନଥିବା ବେଳେ ଷ୍ଟାଡିୟମ ର ପିଲର୍ କୁ ଲାଗିଥିବା କାନ୍ଥ ଭୁଷୁଡି ପଡିଛି। ଏହାକୁ ନେଇ ବିବାଦ ଦେଖାଦେବା ପରେ ଆଜି ଉକ୍ତ କାନ୍ଥକୁ ମରାମତି କରି ପେଚ୍ ପକାଇ ଘଟଣାକୁ ଘୋଡାଇ ଦେବାକୁ ଉଦ୍ଯମ କରିଛି ପ୍ରଶାସନ ।ଆଜି ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରି ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଭାଜପା ନେତା।ଆଗାମୀ ଦିନରେ ଉକ୍ତ ଷ୍ଟାଡିୟମ୍ ରେ ଯଦି ଆଉ କିଛି ଅଘଟଣ ଘଟିବ ତେବେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଭାଜପା ନେତା। ଏନେଇ ଏନଏସି ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୁରା ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଭାଜପା ନେତା। କବିସୂର୍ଯ୍ୟନଗର ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କୋଦଳା ମଣ୍ଡଳ ସଭାପତି ତଥା କାଉନସିଲର ମଧୂସୁଦନ ଜେନା, କାଉନସିଲର ରୀତାଞ୍ଜଳୀ ମିଶ୍ର, କାଉନସିଲର ଶ୍ରୀୟାସୁଂ ବେହେରାଙ୍କ ଉପସ୍ଥିତରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏନେଇ ଅଭିଯୋଗ କରାଯିବା ସହ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଉକ୍ତ ନିର୍ମାଣ କାର୍ଯ୍ୟର ଠିକାଦାର ବିଧାୟିକାକଂ ସଂପର୍କୀୟ ବୋଲି ଅଭିଯୋଗ କରି ପୁରା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ବିଜେପି ନେତା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।