You are currently viewing କାଳିମେଘି ଠାରୁ ଲୁହାକୋଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।କୋଦଳା
କାଳିମେଘି ଠାରୁ ଲୁହାକୋଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।କୋଦଳା

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ଠାରୁ ଲୁହାକୋଟ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ଯ ଉନ୍ନୟନ ରାସ୍ତାର ହେବ ଉର୍ନତିକରଣ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା।ଆଜି ସ୍ବାଧୀନତା ଦିବସ ଅବସରରେ ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୀର୍ଘ ଦିନ ଧରି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଏହାର ଉର୍ନତିକରଣ ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ। ଉକ୍ତ ରାସ୍ତାର ଉନ୍ନତିକରଣ ହେଲେ ଆଖପାଖ ବହୁ ଗ୍ରାମର ଲୋକେ ଉପକୃତ ହୋଇପାରିବେ। ୬ କିଲୋମିଟର ୨୦୦ ମିଟର ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

କାଳିମେଘି ଠାରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଗ୍ରାମ୍ଯଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଭି ଶଂକର ରାଓ, କୋଦଳା ଗ୍ରାମ୍ଯଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା, ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ ଆମ ସରକାର ପ୍ରତିବଦ୍ଧ ଏବଂ ଆଗାମୀ ଦିନରେ ଅନ୍ଯ ଅଞ୍ଚଳରେ ମଧ୍ୟ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ