କୋଦଳା (୧୫/୦୯/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା – ଫାଶୀ ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଶହ ଶହ ସଂଖ୍ଯାରେ ଯାନବାହାନ ଚଳାଚଳ କରୁଥିବା ବେଳେ ଏବେ ଉକ୍ତ ରାସ୍ତା ଲୋକକଂ ପାଇଁ ମରଣଯନ୍ତା ପାଲଟିଛି। କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଫାଶୀ ପର୍ଯ୍ୟନ୍ତ ପୁରା ରାସ୍ତାରେ ବିରାଟକାୟ ଗାତ୍ର ସୃଷ୍ଟି ହେବା ସହ ପାଣି ଜମି ରହୁଛି। ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିନରେ ଥିବା ଉକ୍ତ ଅଣ ଓସାରିଆ ରାସ୍ତାଟିରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ପରିଲକ୍ଷିତ ହୋଇଛି। ବାରମ୍ବାର ଅଞ୍ଚଳବାସୀ ଦାବି କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନାହାଁନ୍ତି। ଶୁକ୍ରବାର ଏନେଇ କୋଦଳା ଗ୍ରାମ୍ଯ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ବିଜେପି ନେତା। ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଆଉ ଯଦି ପଦକ୍ଷେପ ନିଆ ନ ଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା। ବରିଷ୍ଠ ବିଜେପି ନେତ୍ରୀ ଅନୀତା ଶୁଭଦର୍ଶନୀ, ପ୍ରତାପ ନାୟକ, କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ସୂର୍ଯ୍ୟାଶୁଂ ବେହେରାଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ଏନେଇ ଗ୍ରାମ୍ଯ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
