You are currently viewing କବିସୂର୍ଯ୍ୟନଗର ସହର ଠାରେ ରାସ୍ତା ଓ କୋଠାବାଡ଼ି ସେକ୍ସନ କାର୍ଯ୍ୟଳୟର ଶୁଭ ଉଦ୍ଘାଟନ ।
କବିସୂର୍ଯ୍ୟନଗର ସହର ଠାରେ ରାସ୍ତା ଓ କୋଠାବାଡ଼ି ସେକ୍ସନ କାର୍ଯ୍ୟଳୟର ଶୁଭ ଉଦ୍ଘାଟନ ।

କବିସୂର୍ଯ୍ୟନଗର , ୦୯/୦୬ -:- କବିସୂର୍ଯ୍ୟନଗର ସହର ଠାରେ ରାସ୍ତା ଓ କୋଠାବାଡ଼ି ସେକ୍ସନ କାର୍ଯ୍ୟଳୟର ଶୁଭ ଉଦ୍ଘାଟନ ହୋଇଯାଇଛି। ବିଧାୟିକା ଲତିକା ପ୍ରଧାନ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। କବିସୂର୍ଯ୍ୟନଗର ପି.ଡବ୍ଲୁ.ଡି କାର୍ଯ୍ୟଳୟ ପରିସର
ରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟଳୟର ଆବଶ୍ୟକତା ରହିଥିବା ବେଳେ ଏନେଇ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ବିଧାୟିକା ଲତିକା ପ୍ରଧାନ ଏହାର ଉଦଘାଟନ କରିଛନ୍ତି। ଏଣିକି ରାସ୍ତା ଓ କୋଠାବାଡ଼ି ବିଭାଗର ସମସ୍ତ କାର୍ଯ୍ୟ ଏହି କାର୍ଯ୍ଯାଳୟରେ ଚାଲିବ ବୋଲି ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ନାୟକ ଭଞ୍ଜନଗର,ଅମିୟ କୁମାର ମିଶ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ କବିସୂର୍ଯ୍ୟନଗର, ଉମାକାନ୍ତ ପୃଷ୍ଟି କନିଷ୍ଠ ଯନ୍ତ୍ରୀ କବିସୂର୍ଯ୍ୟନଗର,କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ ସେଠି, ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, ନଗର ବିଜେଡି ସଭାପତି ଭଗବାନ ସ୍ଵାଇଁ, ନିର୍ବାଚନ ମଣ୍ଡଳୀ ସଭାପତି ରସଲ ଦାସ, କବିସୂର୍ଯ୍ୟନଗର ନଗର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ଖଟେଇ, ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପ୍ରଶ୍ନ ନାୟକ ,ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ମଳୟ ରଞ୍ଜନ ପଟ୍ଟନାୟକ,ସୁଶାନ୍ତ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ବିଜୟ କଂହର, ବାସୁଦେବ ସାହୁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।