You are currently viewing ନିଖିଳ ଉତ୍କଳ ଗୋଲା ସମାଜ ତରଫରୁ ସାମ୍ବାଦିକ ସମ୍ମିଳନୀ
ନିଖିଳ ଉତ୍କଳ ଗୋଲା ସମାଜ ତରଫରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆମ ସମାଜର ଉପସ୍ଥିତ ନେତୃମଣ୍ଡଳୀଙ୍କୁ ସ୍ବାଗତ କରୁଅଛି
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆପଣମାନଙ୍କ ଜରିଆରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ଟି ଓ ନ‌ବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ. ପାଣ୍ଡିୟାନଙ୍କ ଗୋଚରାର୍ଥେ ନିମ୍ନଲିଖିତ ବିଷୟମାନ ପ୍ରଚାର ଓ ପ୍ରସାର କରିବାକୁ ନିବେଦନ କରୁଅଛି ୨୦୦୭ ମସିହାରେ ଓଡିଶାର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଲୋକନାଥ ଦାସଙ୍କ ଉଦ୍ୟମରେ ଓଡିଶାର ୩୦ଟି ଜିଲ୍ଲାରେ ବସବାସ କରୁଥିବା ଆମ ସଂପ୍ରଦାୟର ପ୍ରାୟ ଲକ୍ଷ ଜନସାଧରଣଙ୍କୁ ନେଇ ‘ନିଖିଳ ଉତ୍କଳ ଗୋଲା ସମାଜ’ ନାମରେ ଏହି ସଂଗଠନ ପ୍ରତିଷ୍ଠିତ ହୋଇ ସମାଜ ସେବାରେ ନିଜକୁ ନିୟୋଜିତ କରି ଆସୁଅଛି । ଉକ୍ତ ସଂଗଠନକୁ ଲୋକାଭିମୁଖି କରିବା ପାଇଁ ଓଡିଶାର ୩୦ଟି ଜିଲ୍ଲାରେ ପ୍ରାୟ ଲକ୍ଷରୁ ଉର୍ଦୁ ସାବାଳକ ଏହି ସଂଗଠନ ଅଧିନରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟକରି ଆସୁଛନ୍ତି ।

ବିଶେଷକରି ବରୀ ନିର୍ବାଚନ ମଣ୍ଡଳୀରେ ଆମ ସଂପ୍ରଦାୟର ରତ୍ନଗିରି ମନ୍ଦାରୀ,ଚନ୍ଦନପୁର,ଧାରପୁର, ଇଶାଣପୁର, ବାଲିଆ ଓ ସ୍ବାଇଁଖଣ୍ଡ ଆଦି ପଂଚାୟତର ପ୍ରାୟ ୨୦ ହଜାରରୁ ଅଧିକ ସାବାଳକ ସଂଗଠନକୁ ବଳିଷ୍ଠ କରିବାରେ ସହାୟକ ହେଉଛନ୍ତି । ସେମାନଙ୍କର ସାହାଯ୍ୟ ସହଯୋଗ ଆମ ସଂଗଠନକୁ ଆଗକୁ ଯିବାରେ ପ୍ରେରଣା ପ୍ରଦାନ କରୁଅଛି : ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଆମ ସମାଜ ସମଗ୍ର ଓଡିଶାରେ ସେବାମୂଳକ କାର୍ଯ୍ୟକ୍ରମ ଗ୍ରହଣ ପୂର୍ବକ ଗରିବ ପିଲାମାନଙ୍କୁ ପାଠପଢାରେ ସହାୟତା ପ୍ରଦାନ, ଦୁରାରୋଗରେ ପୀଡିତ ବ୍ୟକ୍ତି ବିଶେଷଙ୍କୁ ସହାୟତା ପ୍ରଦାନ ପୂର୍ବକ ସେବାମୂଳକ କାର୍ଯ୍ୟ ସହିତ ଲୋକମାନଙ୍କ ମଧ୍ୟରେ ଶାନ୍ତି, ସଦ୍‌ଭାବନା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ନିର୍ବାହ କରୁଅଛି । ଏପରିକି ଜିଲ୍ଲା ଓ ସମଗ୍ର ରାଜ୍ୟର ଯୁବବନ୍ଧୁମାନେ ଏପରି ସାମାଜିକ ସେବାରେ ନିଜକୁ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁଅଛନ୍ତି ଆମ ସଂପ୍ରଦାୟର ଲୋକମାନେ ସାଧାରଣତଃ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି । ଓଡିଶା ସରକାରଙ୍କ ପଛୁଆବର୍ଗ ଓ.ବି.ସି ତାଲିକାରେ ଆମକୁ ଅନ୍ତର୍ଭୁକ୍ତ କରାଯାଇଅଛି ଆମ ସଂପ୍ରଦାୟର ଶହୀଦ ମାୟାଧର ଭୂୟାଁଙ୍କ ଆତ୍ମବଳିଦାନ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜ ସେବାରେ ଯୁବଗୋଷ୍ଠୀ ସଙ୍ଗଠନର କାର୍ଯ୍ୟଧାରକୁ ସୁଦୂର ପ୍ରସାରି କରିବାରେ ସହାୟ ହେଉଛନ୍ତି ସମାଜର ଅବହେଳିତ ଆର୍ଥିକ ଅନଗ୍ରସର ପଛୁଆବର୍ଗର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଲକ୍ଷ୍ୟ ନେଇ ଆମ ସଂଗଠନ ୩୦ ବର୍ଷ ରୁ ଉର୍ଦୁ ସମୟ ଧରି ବିଧାନସଭାରେ ପ୍ରତିନିଧିତ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଆସୁଅଛି ଆମ ବରୀ ଅଂଚଳର ସାଧାରଣ

ଜନତାଙ୍କ ସୁଖ ଦୁଃଖ,ବିପଦ ଆପଦରେ ପହଂଚି ଦିନ ରାତିକୁ ଏକାକାର କରି ନିଜକୁ ନିୟୋଜିତ କରିଆସୁଥିବା ଆପଣମାନଙ୍କର ଚିର ପରିଚିତ ଶାନ୍ତ ସରଳ ଯୁବ ସମାଜ ଅଶୋକ କୁମାର ବେହେରାଙ୍କୁ ଆପଣମାନେ ଜାଣନ୍ତି ଚଳିତ ବିଧାନସଭା ନିର୍ବାଚନରେ ଶ୍ରୀ ବେହେରାଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ମନୋନୟନ କରିବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଓ ନବୀନ ଓଡିଶାର ଅଧ୍ଯକ୍ଷ ଶ୍ରୀଯୁକ୍ତ ଭି.କେ. ପାଣ୍ଡିୟାନ ମହୋଦୟଙ୍କ ନିକଟରେ ନିବେଦନ କରୁଅଛି ବନ୍ଦେ ଉତ୍କଳ ଜନନୀ