You are currently viewing ବିଭିନ୍ନ ପଞ୍ଚାୟତ ପରିଦଶନ କଲେ ପରିବହନ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା
ବିଭିନ୍ନ ପଞ୍ଚାୟତ ପରିଦଶନ କଲେ ପରିବହନ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା

ବ୍ରହ୍ମପୁର, ୩୦/୬ (ରଘୁନାଥ ନାୟକ ) ଗୋପାଳପୁର ନିବାଚନ ମଣ୍ଡଳୀ ର ୩୨ ଟି ପଞ୍ଚାୟତ ବୁଲି ସମକ୍ଷା କଲେ ପରିବହନ ଓ ଖଣି ଇସ୍ୱାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଭିନ୍ନ ସଭାରେ ଯୋଗଦେଇ ମତଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଅଭିଯୋଗ ଶୁଣି ତାର ତ୍ୱରିତ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ମୌଳିକ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ,ସିଡ଼ିଏମଓଙ୍କୁ ଆଦେଶ ଦେଇଥିଲେ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ କ୍ରମେ “ଗୋଟିଏ ଗଛ ମା’ଙ୍କ ନାଁରେ” ଏହି ଅଭିଯାନର ଶୁଭାରମ୍ଭ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ କନିସି ସରପଞ୍ଚଙ୍କ ଆୟୋଜିତ କାର୍ଯ୍ୟକ୍ରମରୁ ଏହି ଅଭିଯାନକୁ ଆରମ୍ଭ କରାଯାଇଥିଲା । ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ବାତାବରଣ ନିର୍ମାଣ କରିବାରେ କାର୍ଯ୍ୟକର୍ତ୍ତା ମାନଙ୍କର ବୃକ୍ଷରୋପଣ ସମାଜ ପାଇଁ ଏକା ଶୃଙ୍ଖଳିତ ବାତାବରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।


ନିର୍ବାଚନ ସରିବା ପରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏହା ହେଉଛି ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ଗସ୍ତ, ଏହି ଗସ୍ତ ଅବସରରେ ନିର୍ବାଚନ ସମୟରେ ଜନସାଧାରଣଙ୍କୁ୍ ଦେଇଥିବା ଭରସା ଓ ନିର୍ଭର ପ୍ରତିଶୃତି କିପରି ପୂରଣ ହେଇପାରିବ ଏହା ହେଉଛି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପଞ୍ଚାୟତ ଗସ୍ତର ମୂଳ ଆଭିମୁଖ୍ୟ ।
ଅଭିଯୋଗ ଶୁଣିବା ମାତ୍ରେ ଅଫିସର ମାନଙ୍କୁ ଫୋନ୍ କରି ସେମାନଙ୍କର ଅଭିଯୋଗର ତ୍ୱରିତ ସମାଧାନ କରି ଲୋକଙ୍କର ପ୍ରିୟ ଓ ଭରସାର ପାତ୍ର ହୋଇପାରିଛନ୍ତି ।


ବିଭିନ୍ନ ପଞ୍ଚାୟତରେ ମତଦାତା ଧନ୍ୟବାଦ ସଭାରେ ଯୋଗ ଦେବା ଅବସରରେ ଜନସାଧାରଣଙ୍କ ବିଭିନ୍ନ ସ୍ୱାଗତ ସମ୍ବର୍ଦ୍ଧନା ଦେଖି ମନ୍ତ୍ରୀ ଶ୍ରୀ ଜେନା ଅଭିଭୂତ ହେବା ସହ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି ଏବଂ ଲୋକମାନେ ଯେଉଁ ଯେଉଁ ଅଭିଯୋଗ ମାନ ସେମାନେ କହିଛନ୍ତି ତାର ସମାଧାନ ସହ ଏକ ଆଦର୍ଶ ପଞ୍ଚାୟତ ଗଢ଼ିବାରେ କିପରି ପଞ୍ଚାୟତ କମିଟି ଓ ପଞ୍ଚାୟତର ସମସ୍ତ ସାଧାରଣ ଜନତା କିଭଳି ସହଭାଗିତାର ସହ ଆଗକୁ ବଢ଼ିବେ ଏବଂ ନିଜ ନିଜ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ଜେନା ଲୋକମାନଙ୍କୁ ଅବଗତ କରାଇଛନ୍ତି

ଗଞ୍ଜାମ ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇଜେବି ନିୟୁଜ