ଚିକିଟି — ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା (ବାର୍ଷିକ ସମ୍ମିଳନୀ) ୨୦୨୬ ର ତୃତୀୟ ଦିନ ବା ଉଦଯାପନୀ ଦିବସ ରେ କର୍ମକର୍ତ୍ତା ମାନେ ପହଞ୍ଚି ସଭାପତିଙ୍କ ଉପସ୍ଥିତିରେ କୁଳଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ପୂର୍ବକ ପୂଜାର୍ଚ୍ଚନା କରିଥିଲେ।ସାଧାରଣ ବୈଠକ ପ୍ରଥମ ପର୍ଯ୍ୟାୟ କ୍ରମାନ୍ୱୟରେ କେନ୍ଦ୍ରୀୟ ପରିଷଦ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ନୂତନ ଉପବିଧି ଚତୁର୍ଥ ପଞ୍ଚମ ଓ ଷଷ୍ଟ ଅଧ୍ୟାୟ କୁ ଅତି ପ୍ରାଞ୍ଜଳ ଭାବରେ ପଢ଼ି ବୁଝାଇଥିଲେ। ପ୍ରଥମ ପର୍ଯ୍ୟାୟ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ତୈଳିକ ବୈଶ ସମାଜ ସଭାପତି ଶ୍ରୀ ରଘୁନାଥ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୃପାସିନ୍ଧୁ ସାହୁ ଓ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସମାଜ ଓ ଜାତିର ଏକତା ସୂତ୍ର ବିଷୟରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ସିଙ୍ଗିପୁର ଗ୍ରାମ୍ୟ ପରିଷଦ, ବାଲିଗୁଡା(କନ୍ଧମାଳ), ପିତ୍ତଳ, ଦୂର୍ବନ୍ଧ, ସାତରାଜ୍ୟ କେନ୍ଦ୍ରୀୟ, ଗୋବିନ୍ଦପୁର, କୃଳା, ବୁର୍ଦା, ପଦ୍ମପୁର ଆଞ୍ଚଳିକ ଓ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା ତୈଳିକ ସମାଜର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ସମାଜ କୁ କିପରି ସଧୃଢ଼ କରିହେବ ତା ଉପରେ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ପରେ ପରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ କୃତିତ୍ବ ହାସଲ କରିଥିବା ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଚିକିଟି – ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ କିଛି କର୍ମକର୍ତ୍ତା ଙ୍କୁ ମାନପତ୍ର ଏବଂ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା।ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ଜାତିର ନୂତନ ଉପଵିଧି ପୁସ୍ତିକା ଉନ୍ମଚନ କରିବା ସହ ଜାତିପ୍ରଥା ସମ୍ପର୍କ ବିଷୟରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ।ଉକ୍ତ ତିନି ଦିନର କାର୍ଯ୍ୟକ୍ରମକୁ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଶ୍ରୀ ନୀଳମଣି ସାହୁ ଏବଂ ଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ ଅତି ସୂଚାରୁ ରୂପେ ପରିଚାଳନା କରିଥିଲେ। ଜାତିର ଧର୍ମଗୁରୁ ଶ୍ରୀ ଉତ୍ସବ ସାହୁ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ।ପରିଶେଷରେ ମହାସଭା ସଭାପତି ଶ୍ରୀ ଦଣ୍ଡାସି ସାହୁ କିଛି ଅମିମାଂସିତ ବିଚାରକୁ ମହାସଭାରେ ସର୍ବ ସମ୍ମତି କ୍ରମେ ତୃତୀୟ ଦିବସ ରାତ୍ର ସମୟରେ ରହି ବିଚାରଧୀନ କରିବାକୁ ଅନୁମତି ଦେଇଥିବା ବେଳେ ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ତୃତୀୟ ଦିବସ ମଧ୍ଯ ଅତ୍ୟନ୍ତ ସଫଳ ରୂପାୟନ ହୋଇପାରିଥିଲା।
