କୋଦଳା
କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଂଚାୟତ ଗସ୍ତ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ। ଏହି ପଂଚାୟତର କଣ୍ଟାପଡା ଠାରେ ପହଂଚିଵା ପରେ ଅନେକ କର୍ମୀ ଉପସ୍ଥିତ ରହି ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପଂଚାୟତର କଣ୍ଟାପଡା, ମର୍ଦ କୋଟ, ଚଢିଆପଡା, ଓଡ଼ନଇ ଗ୍ରାମକୁ ଗସ୍ତ କରି ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ପ୍ରତ୍ୟେକ ସାହି ବୁଲି ବୁଝି ଥିଲେ । ବିଭିନ୍ନ ଗ୍ରାମରେ ସଭାରେ ବିଜେପି ସରକାର ଲୋକଙ୍କ ସରକାର, ତେଣୁ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦେଇ ସମାଧାନ ପାଇଁ ଚେଷ୍ଟା କରାଯାଉଛି । ସୁଭଦ୍ରା ଯୋଜନା, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପ୍ରବାସୀ ଙ୍କୁ ରାସନ କାର୍ଡ ପ୍ରଦାନ, ଆବାସ ଗୃହ ପ୍ରଦାନ ରେ ସ୍ୱଛତା ଅବଲମ୍ବନ କରି ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ସୁଫଳ ପହଂଚାଇବା ସରକାର ଙ୍କ ମୂଳ ଲକ୍ଷ ବୋଲି କହିବା ସହ ଟାଟା କଂପାନୀ ସହିତ ପୂର୍ବ ସରକାରଙ୍କ ଚୁକ୍ତି ଓ ମନମୁଖୀ କାର୍ଯ୍ୟ ସାଧାରଣ ଜନତା ଙ୍କୁ ଶୋଷଣ କରୁଛି । ଆଗାମୀ ଦିନ ରେ ଏହି କାର୍ଯ୍ୟକୁ ପ୍ରଶୟ ଦିଆଯିବା ନାହିଁ ବୋଲି କହିଥିଲେ ବିଧାୟକ । ତାଙ୍କ ସହ ଅଙ୍ଗାର ଗାଁ ମଣ୍ଡଳ ପ୍ରତିନିଧି ନାରାୟଣ ସୁମନ୍ତରାୟ, ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ, ପ୍ରତିନିଧି ସିମାଞ୍ଚଳ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରତିନିଧି ଦୀପ୍ତିପ୍ରକାଶ ନାୟକ ଉପସ୍ଥିତ ଥିଲେ । ଏହାପରେ ଏହି ବ୍ଳକ ଅନ୍ତର୍ଗତ ତାଳସର ଠାରେ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ।ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟାର ପ୍ରାଥମିକ ସମାଧାନ ପାଇଁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ନିର୍ମିତ କୋଠଘର କୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ପ୍ରତିନିଧି ନାରାୟଣ ସୁମନ୍ତରାୟ, ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ, ଯୁବ ନେତା ବଣ୍ଟି ଜେନା, ପାଣୁ ସାହୁ, ଏନ ଏଚ ଆର ଏମ କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ସାହୁ ଙ୍କ ସମେତ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ
