You are currently viewing ଏକାମ୍ର ନିର୍ବାଚନ ମଣ୍ଡଳୀର ଝାଡେଶ୍ୱରି ଓ ଖଣ୍ଡଗିରି ମଣ୍ଡଳ ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା
ଏକାମ୍ର ନିର୍ବାଚନ ମଣ୍ଡଳୀର ଝାଡେଶ୍ୱରି ଓ ଖଣ୍ଡଗିରି ମଣ୍ଡଳ ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା

ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ, ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ: ବାବୁ ସିଂ

 ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା
 ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହତ୍ୟା କରିଛନ୍ତି ବିରୋଧୀ
 ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ
 ସମାଜର ପ୍ରତ୍ୟେକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହୋଇଥିଲେ

ଭୁବନେଶ୍ୱର,ତା.୦୭/୦୫: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବାଧାପ୍ରାପ୍ତ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତକତା କରିଛନ୍ତି । ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହତ୍ୟା କରିଛନ୍ତି ବିରୋଧୀ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବାବେଳେ ବିରୋଧୀ ଦଳ ଗୁଡିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି ।

ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା” । ଏହା ମୋଦିଙ୍କ ପରାଜୟ ନୁହେଁ, ଦେଶର ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ବିଶେଷକରି କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡିକ କେବଳ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ,ମୋଦୀ ସରକାର ସେମାନଙ୍କୁ ପ୍ରକୃତ ସଶକ୍ତିକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି ମାନ୍ୟବର ବିଧାୟକ ବାବୁ ସିଂ କହିଛନ୍ତି ।
ଗତବର୍ଷ କାଶ୍ମୀରର ଘାଟିରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ମହିଳା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ ସରକାର ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କବାଦୀଙ୍କୁ ସମୁଚିତ ଜବାବ ଦେଇ ପ୍ରମାଣିତ କରିଛନ୍ତି ଯେ, ଭାରତୀୟ ନାରୀର ସମ୍ମାନ ଉପରେ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତି ନିଶ୍ଚିନ୍ତ ଦଣ୍ଡ ପାଇବେ ।

ରାଜ୍ୟରେ ମହିଳାଙ୍କ ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ‘ସୁଭଦ୍ରା ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାସହ ଆଗାମୀ ଦିନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ମାଧ୍ୟମରେ ଜନ୍ମ ସମୟରେ ୨୦ହଜାର ଟଙ୍କା ଏବଂ ସ୍ନାତକ ଶେଷ ପରେ ୧ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ । ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ । ନାରୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ । ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ।ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ଓ ନାରୀ ସମାଜ ପ୍ରତି ବ୍ୟବହାର କରୁଥିବା ଅଶୋଭନୀୟ ଭାଷାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିନ୍ଦା କରି କହିଛନ୍ତି ଯେ; ବିରୋଧୀଙ୍କ ୯୯ଟି ପାପ ପୂର୍ଣ୍ଣ ହୋଇସାରିଛି,୧୦୦ ଟି ଗାଳି ପରେ ଶିଶୁପାଳର ଯାହା ଅବସ୍ଥା ହୋଇଥିଲା କଂଗ୍ରେସ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ଯାଉଛି । ଆଜିର ଏହି ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ ଏବଂ ଏହି ଜନ ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ ।

ମହିଳାମାନେ ଚୁପ୍ ନରହି ନିଜ ଅଧିକାର ପାଇଁ ସ୍ୱର ଉତୋଳନ କରିବାକୁ ମାନ୍ୟବର ବିଧାୟକ ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଝାଡେଶ୍ୱରି ଓ ଖଣ୍ଡଗିରି ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଝାଡେଶ୍ୱରି ମଣ୍ଡଳ ପକ୍ଷରୁ ଏୟାରପୋର୍ଟ ଛକ ଠାରୁ ଆରମ୍ଭ ହୋଇ ପଳାଶପଲ୍ଲୀ ଛକ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଶେଷ ହୋଇଥିଲା। ସେହି ଭଳି ଖଣ୍ଡଗିରି ମଣ୍ଡଳ ପକ୍ଷରୁ ଜୟଦେବ ବାଟିକା ଛକ ଠାରୁ ଆରମ୍ଭ ହୋଇ ଆଇଗିଣୀଆ ଛକ ଠାରେ ଶେଷ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର,ଝାଡେଶ୍ୱରି ମଣ୍ଡଳ ସଭାପତି ମନୋଜ ପାତ୍ର, ଖଣ୍ଡଗିରି ମଣ୍ଡଳ ସଭାପତି ଆରତୀ ଭୂଈଆ,ବିଜେପି ନେତା ସୁନୀଲ ପ୍ରଧାନ,ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ,ଧିରେନ ପାତ୍ର, ରଶ୍ମିତା ସେଠୀ,ରାମ ରଣସିଂହ, ଅମ୍ବିକା ମହାରଣା, ଇଦିସ ଭୁଇୟା, ସୁରେନ ଛୁଆଳସିଂ, ଦୀପକ ପଟ୍ଟନାୟକ, ରୋନକ ଷଡ଼ଙ୍ଗୀ , ରଜନୀ ବାଳା ଦାସ ପ୍ରମୁଖ ଯୋଗଦେଇଥିଲେ।