You are currently viewing ଏନ୍ଏସି ର ୮ ନମ୍ବର ଓ୍ବାର୍ଡରେ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ସହ କାର୍ଯ୍ଯର ଶୁଭାରମ୍ଭ କଲେ ଅଧ୍ଯକ୍ଷ
ଏନ୍ଏସି ର ୮ ନମ୍ବର ଓ୍ବାର୍ଡରେ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ସହ କାର୍ଯ୍ଯର ଶୁଭାରମ୍ଭ କଲେ ଅଧ୍ଯକ୍ଷ

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଞ୍ଚଳ ର ଆଠ ନମ୍ବର ୱାର୍ଡରେ ସରକାର ଙ୍କ ଦ୍ୱାରା ପ୍ରଚଳିତ ମୁକ୍ତା ଯୋଜନାରେ କୋଦଳା ଏନଏସି ସୌନ୍ଦର୍ଯ୍ୟ କରଣ ନିମନ୍ତେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି | କାର୍ଯ୍ୟାଦେଶ ବଣ୍ଟନ ପରେ କାର୍ଯ୍ଯସ୍ଥଳୀରେ ପହଞ୍ଚି କାର୍ଯ୍ଯର ଶୁଭାରମ୍ଭ କରିଛନ୍ତି ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ଉକ୍ତ କାର୍ଯ୍ୟ ମୁକ୍ତା ଯୋଜନାରେ ହେବାକୁ ଥିବା ବେଳେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ କାର୍ଯ୍ଯ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ୧୫ ଲକ୍ଷ ଟଙ୍କାର ବ୍ୟୟରେ ୮ ନମ୍ବର ଓ୍ବାର୍ଡ ର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ମିଳିଛି। ସହରର ରୂପାନ୍ତିକରଣ ନିମନ୍ତେ ଏହି ଯୋଜନା ର ସଫଳ ରୂପାୟନ ପାଇଁ ଗ୍ରୁପ ର ମହିଳା ସଦସ୍ୟା ମାନେ ଖୁବ ଆଗ୍ରହ ପ୍ରକାଶ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ଶ୍ରୀ ନାୟକ ଙ୍କ ସମେତ କାଉନସିଲର ମଧୁସୂଦନ ଜେନା ଉପସ୍ଥିତ ଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।