ବ୍ରହ୍ମପୁର, ୦୨/୦୨/୨୬( : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ୫୩,୪୭,୩୧୫ କୋଟି ଟଙ୍କାର ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏହା ଏକ ଲୋକାଭିମୁଖୀ, ଯୁଗାନ୍ତକାରୀ ଓ ଯୁବ ଶକ୍ତି ବଜେଟ । ଆତ୍ମମନିର୍ଭର ଭାରତ ତଥା ବିକଶିତ ଭାରତ ଗଠନ ସ୍ଵପ୍ନ ସାକାର କରିବା ପାଇଁ ଏହି ବଜେଟ ଅଭିପ୍ରେତ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ଏହି ବଜେଟ୍ ତିନୋଟି ମୂଖ୍ୟ କର୍ତ୍ତବ୍ୟ ଉପରେ ଆଧାରିତ ।
୧. ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ।
୨. ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ।
୩. ଉତ୍ତମ ଶାସନ ପାଇ ଫୋର୍ସ ମଲ୍ଟିପ୍ଲାୟର ଭାବେ କାର୍ଯ୍ୟ କରିବାକୁ ଜ୍ଞାନ କୌଶଳର ବିକାଶ କରିବା ।

ମୁଖ୍ୟ ଘୋଷଣାବଳି :
ବାୟୋ ଫାର୍ମ ଶକ୍ତି: ଆଗାମୀ ୫ ବର୍ଷ ପାଇଁ ୧୦୦୦୦ କୋଟି ଟଙ୍କାର ବ୍ୟୟ ବରାଦ। ୩ ଟି ନୂତନ NIPER ( Natinal Institute of Pharmaceutical Education and Research) ପ୍ରତିଷ୍ଠା ଏବଂ ୭ ଟିର ଉନ୍ନତୀକରଣ କରାଯିବ । ସେମି କଣ୍ଡକ୍ଟର ମିସନ୍ ୨.୦ : ଏହି ମିଶନର ଶୁଭାରମ୍ଭ ହୋଇ ୪୦୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଶିଳ୍ପ ଓ ବୟନ ଶିଳ୍ପ: ଶ୍ରମ ଭିତ୍ତିକ ବୟନ ଶିଳ୍ପ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏବଂ ଖଦି ଓ ହସ୍ତତନ୍ତ ପାଇଁ ‘ମହାତ୍ମାଗାନ୍ଧୀ ଗ୍ରାମ ସ୍ଵରାଜ ‘ ଯୋଜନା।
ପୁଞ୍ଜି ବ୍ୟୟ ( Capital Expenditure): ଆର୍ଥିକ ବର୍ଷ ୨୦୨୭ ପାଇଁ ଏହାକୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । MSME ପାଣ୍ଠି : MSME ଗୁଡିକର ବିକାଶ ପାଇଁ ୧୦୦୦୦ କୋଟି ଟଙ୍କାର growth fund. ପାରମ୍ପରିକ ଚିକିତ୍ସା: ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ପ୍ରମାଣ ଭିତ୍ତିକ ଗବେଷଣା ଏବଂ ପ୍ରଶିକ୍ଷଣକୁ ବ୍ୟାପକ କରାଯିବ। ୨୦୦୦୦ ନୂତନ ବିଶେଷଜ୍ଞ ପ୍ରସ୍ତୁତ କରାଯିବ । SHE Mart: ମହିଳା ଉଦ୍ୟୋଗୀ ଭାବେ ମହିଳାଙ୍କୁ ସଶକ୍ତ କରିବା ଉଦ୍ଧେଶ୍ୟରେ କ୍ଳଷ୍ଟର ଲେବଲ୍ ଫେଡେରେସନ୍ ଅଧୀନରେ ସମୁଦାୟ ମାଲିକାନା ବିଶିଷ୍ଟ ଖୁଚୁରା କେନ୍ଦ୍ର ଉଦ୍ୟୋଗୀ ମାର୍ଚ ସ୍ଥାପନ ହେବ। Make In India କୁ ପ୍ରୋସାହନ: ବୈଦ୍ୟୁତିକ ଯାନ (EV) ର ବିଭିନ୍ନ ଯନ୍ତ୍ରାଂଶ, ଲିଥିୟମ ବ୍ୟାଟେରୀ, ମୋବାଇଲ ଉତ୍ପାଦନ, ସୌର ପିଭି ( Solar PV) cell ଏବଂ ୩୬ ଟି ଜୀବନରକ୍ଷକ ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବିଜେପି ନେତା ଅଜିତ ସାହୁ,ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ସତପଥୀ,ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା,ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଏହି ସାମ୍ବାଦିକ ସମ୍ମିଳନୀକୁ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର ଏବଂ ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ ପରିଚାଳନାରେ ସହଯୋଗ କରିଥିଲେ ।


