ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ସାନଖେମୁଣ୍ଡି ରେ ପବିତ୍ର ଗଣେଶ ପୂଜା ଅବସରରେ ବିଭିନ୍ନ ଗ୍ରାମାଞ୍ଚଳରେ ଧୁମ ଧାମରେ ପ୍ରଭୁ ଗଜାନନଙ୍କ ପୂଜା ଅର୍ଚନା ଚାଲି ଥିବା ବେଳେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମା ଅଞ୍ଚଳରେ ବି ଏହା ଦେଖିବାକୁ ମିଳିଛି | ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମଧ୍ୟ ବହୁ ଗ୍ରାମ ରୁ ପୂଜା ମଣ୍ଡପ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଆସିବାରେ ଲାଗିଛି ।

ଫାସିଗୁଡା ପଞ୍ଚାୟତ ଓ ପଟିଗୁଡା ପଞ୍ଚାୟତ କଂସାମାରୀ ପଞ୍ଚାୟତ ଓ ଚୁଡଙ୍ଗପୁର ପଞ୍ଚାୟତ ମହାନଳା ଓ ପାଟପୁର ଓ କୋଙ୍କରଡ଼ା ଭଳିଆ ଝୋଳା ଏବଂ ଡ଼େଙ୍ଗାଉସ୍ତା ବିଭିନ୍ନ ଗ୍ରାମର କମିଟି ମାନଙ୍କ ଅନୁରୋଧ ରକ୍ଷା କରି କାହାରିକୁ ନିରାଶ ନକରି ଯଥା ଶକ୍ତି ସାହାଯ୍ୟର ହାତ ବଡାଇ ପ୍ରଭୁଙ୍କ ଆଶୀର୍ବାଦ କାମନା କରନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମ କୁ ପରିଦର୍ଶନରେ ଯାଇ ପ୍ରଭୁ କୃପା ଲାଭ କରୁଛନ୍ତି। ନିଜର ବହୁ ସମର୍ଥକ ଙ୍କ ସହ ଯାଇ ସେ ଦର୍ଶନ କରୁଛନ୍ତି ।

ପ୍ରତିଟି ସ୍ଥାନ ରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କୁ ଗ୍ରାମବାସୀ ମାନେ ବାଜା ବଜାଇ ବାଣ ଫୁଟାଇ ସ୍ଵାଗତ କରୁଥିବାର ଦେଖିବାକୁ ମିଳୁଛି । ଏଥିରେ ବ୍ଲକ୍ ସଭାପତି ବାବୁଲା ଦୋରା, ସମେତ ପ୍ରତେକ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଭଗବାନଙ୍କ ଆଶିଷ ମିଳିବା ଏବଂ ଅଞ୍ଚଳ ବାସି ଙ୍କ ଭଲ ପାଇବା ମିଳିବା ଏହା ବଡ ଗୌରବ ର କଥା, ଆଗକୁ ଏହା ଜାରି ରହିବ ବୋଲି ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା କହିଛନ୍ତି.

