You are currently viewing ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଙ୍କୋରଡ଼ା….. ଶ୍ରୀ ଗଣେଶ ପୂଜା
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଙ୍କୋରଡ଼ା….. ଶ୍ରୀ ଗଣେଶ ପୂଜା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଂକୋରଡ଼ା ତା:୧୪.୦୯.୨୦୨୬ ରିଖ ସୋମବାର ଦିନ କଙ୍କୋରଡ଼ା ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ବିଘ୍ନ ବିନାୟକ ଗଣେଶଙ୍କ ପୂଜନୋତ୍ସବ ଯଥାରୀତି ଅନୁଷ୍ଠିତ ହୋଇଯାଇଛି I ଉକ୍ତ ପୂଜନୋତ୍ସବରେ ପୁରୋହିତ ରୂପେ ଶ୍ରୀ ସୁଦାମ ରଥ ଏବଂ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପିଣ୍ଟୁ ପଢିଆଳୀ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜା କାର୍ଯ୍ୟକୁ ଆଗେଇ ନେଇଥିଲେ l ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ କବିରାଜ ନାୟକ ଏବଂ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ I ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଷୋୟୀ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମସ୍ତ ଗୁରୁଜୀ ଗୁରୁମା, ସମସ୍ତ ବାହନ ଚାଳକ ଭାଇ, ସମସ୍ତ ମାଉସୀ ଏବଂ ସିକ୍ୟୁରିଟି ଭାଇଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଛି l

ରିପୋର୍ଟ -ସପନ ଦାସ