You are currently viewing ସିଦ୍ଧେଶ୍ଵର ଓ ଐତିହାସିକ ଜଉଗଡ଼ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ସାଂସଦ
ସିଦ୍ଧେଶ୍ଵର ଓ ଐତିହାସିକ ଜଉଗଡ଼ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ସାଂସଦ

କୋଦଳା (୨୩/୧୦ /୨୦୨୫)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଜଉଗଡ଼ ଓ ସିଦ୍ଧେଶ୍ଵର କ୍ଷେତ୍ର ପରିଦର୍ଶନ କରିଛନ୍ତି ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ। ପୁରୁଷୋତ୍ତମପୁର ନିକଟସ୍ଥ ଐତିହାସିକ ଜଉଗଡ଼ ପରିଦର୍ଶନ କରି ଏହାର ଉନ୍ନତି ପାଇଁ ସମୀକ୍ଷା କରିଛନ୍ତି ସାଂସଦ। ସେହିପରି କୋଦଳା ନିକଟସ୍ଥ ଶାଳବଣ ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଐତିହାସିକ ସିଦ୍ଧେଶ୍ଵର ପୀଠ ପରିଦର୍ଶନ କରି ଏହାର ଉନ୍ନତି ପାଇଁ ଅନୁଧ୍ୟାନ କରିଛନ୍ତି ସାଂସଦ ଶ୍ରୀମତୀ ପଟ୍ଟନାୟକ। ନିଜ ସଂସଦୀୟ କ୍ଷେତ୍ରରେ ଥିବା ଏହି ୨ ପୁରାତନ ଐତିହାସିକ ସ୍ଥାନକୁ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତିକରଣ କରାଯିବ ଏବଂ ଉକ୍ତ ସ୍ଥାନକୁ ଆସିବା ପାଇଁ ପର୍ଯ୍ୟଟକ ମାନେ କିଭଳି ଆକୃଷ୍ଟ ହେବେ ସେ ନେଇ ପର୍ଯ୍ୟଟନ ବିଭାଗ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସାଂସଦ। ଏହି ଅବସରରେ ସିଦ୍ଧେଶ୍ଵର ସ୍ଥିତ “ସତ୍ୟଧାମ” କୁ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି ସାଂସଦ। ସାଂସଦଙ୍କ ଗସ୍ତ ସମୟରେ ବେଗୁନିଆପଡ଼ା ବ୍ଲକ ସାଂସଦ ପ୍ରତିନିଧି ଆଲୋକ ଶତପଥୀ, ସାଂସଦଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଜଜ୍ଞ ନାରାୟଣ ଦାଶ, ବରିଷ୍ଠ ନେତା ଅନୀଲ କୁମାର ପଣ୍ଡା, ଶମ୍ଭୁନାଥ ପ୍ରଧାନକଂ ସମେତ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।