କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଏକ ନୂତନ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଉଦଘାଟିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ହନୁମନ୍ତ ନାରାୟଣୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ନାମରେ ଏହି ସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ସ୍ଥାନରୁ ନିମନ୍ତ୍ରଣ ପାଇବା ପରେ ଗସ୍ତ କରି ହରିନାମ ସଂକୀର୍ତ୍ତନ ଗାନ କରିବେ ବୋଲି ସୂଚନା ମିଳିଛି। କୋର୍ଟ କଲୋନୀ ଠାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତାପ ତରେଇ ଏହି ସଂକୀର୍ତ୍ତନ ମଣ୍ଡଳୀର ନିର୍ଦ୍ଦେଶକ ରହିଛନ୍ତି। ପୂଜାର୍ଚ୍ଚନା ପୂର୍ବକ ଏହି ସଂକୀର୍ତ୍ତନ ମଣ୍ଡଳୀର ଶୁଭାରମ୍ଭ ହେବା ପରେ ବହୁ ସଂଖ୍ୟାରେ ମହିଳା ମାନେ ହରିନାମ ସଂକୀର୍ତ୍ତନ କରି ସ୍ଥାନୀୟ ଖଜୁରେଶ୍ଵର ମନ୍ଦିରକୁ ଯାଇ ଆଶୀର୍ବାଦ କାମନା କରିଛନ୍ତି। ଟୁଟୁ ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ରେଣୁ ପଣ୍ଡା, ମମତା ପ୍ରଧାନ, ସୁନୀତା ପ୍ରଧାନ, ରୀନା ସ୍ବାଇଁଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
