ଅନୁଗୁଳ : (ଦିଲୀପ କୁମାର ଚୋପଦାର ) କୋଇଲା ନଗରୀ ତାଳଚେର ଦେଉଳବେଡା ସ୍ଥିତ କୋଲିୟାରୀ ଶନି ମନ୍ଦିର ର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଉଛି ।,ଆଜି ପ୍ରାରମ୍ଭିକ ଦିନ ରେ ତାଳଚେର ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ବ୍ରାହ୍ମଣୀ ନଦୀ ଜଗନ୍ନାଥ ତୁଠ ରୁ ଶତାଧିକ ଶ୍ରଦ୍ଧାଳୁ କଳସ ଯାତ୍ରା ରେ ଯୋଗ ଦେଇଥିଲେ ।ଏହି କଳସ ଯାତ୍ରା ଘୋଡା ଶାଳ ଛକ, ବଡ଼ ବଜାର, ବାଇ ପାସ ଛକ, ହାଟ ତୋଟା, ଶର୍ମା ଛକ ଦେଇ ମନ୍ଦିର ପ୍ରାଙ୍ଗଣ କୁ ବିରାଟ ପଟୁଆରରେ ଶ୍ରଦ୍ଧାଳୁ ମାନେ ଆଣି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚଥିଲେ,ଘଣ୍ଟ ବାଦ୍ୟ ହରିବୋଲ ହୁଳ ହୁଳି ରେ ସହର ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଭକ୍ତମାନେ ବାବା ସନିଶ୍ଚର୍ ଙ୍କ ଜୟ ଗାନ କରୁଥିବା ସହ ସାଉଣ୍ଡ ବକ୍ସ ରେ ଶନି ଆରୋଧନା ସଙ୍ଗୀତ ସମସ୍ତ ଶ୍ରଦ୍ଧାଳୁଂକୁ ବିମୋହିତ କରିଥିଲା ।ତେବେ ଏହି ବାର୍ଷିକ ଉତ୍ସବ ରେ କର୍ତ୍ତା ଭାବେ ବରିଷ୍ଟ ସଦସ୍ୟ ପ୍ରମୋଦ ମହାନ୍ତି ଓ ତାଙ୍କ ଧର୍ମ ପତ୍ନୀ |ଓ ଅନ୍ୟତମ କର୍ତା ବରିଷ୍ଟ ସଦସ୍ୟ ଚିତ୍ତ ରଞ୍ଜନ ପାଣି କଳସ ଯାତ୍ରା ରେ ପ୍ରଭୁ ଶନିଦେବ ଙ୍କ ଫୋଟ ଧରି ଶ୍ରଦ୍ଧାଳୁ ଙ୍କ ସହିତ ରାସ୍ତାରେ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳି ଥିଲା ସେହିପରି ସମାଜସେବୀ

ଖିରୋଦ ସାହୁ ମଧ୍ୟ ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ |କମିଟି ସଭାପତି ପ୍ରକାଶ ସାହୁ, ପ୍ରମୋଦ ସାହୁ, ନିରଂଜନ ପ୍ରଧାନ, କ୍ରିଷ୍ଣା ପ୍ରସାଦ, ଗୌର ଦାସ, ଗୌରାଙ୍ଗ ପ୍ରଧାନ, ଅଶୋକ ସାହୁ, ରଞ୍ଜନ ସାହୁ, ପ୍ରକାଶ ମୁଦୁଲି, ବିଜୟ ସାହୁ, ସୁଶାନ୍ତ ବିଶି, ଭୁବନ ସାହୁ, ପ୍ରଦୀପ ମହାରଣା, ବିଦ୍ୟାଧର ସେଠି, ମନରଞ୍ଜନ ନନ୍ଦ, ବିନ୍ଦା ସିଂ, ବିଶୁ ପ୍ରଧାନ ଶତ୍ରୁଘ୍ନ ବାରିକ ,ନଗେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇ କଳସ ଯାତ୍ରା ରେ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମସ୍ତ ପ୍ରକାର ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା

କରିବାରେ ସାହାଯ୍ୟ ସୋହଯୋଗ କରିଥିଲେ ତେବେ ଏହା | ଆଜି ଏକ ତାରିଖ ତାରିଖ ସକାଳ ୧୦ ଘଟିକା ସମୟରେ ଯଥାବିଧି ପୂଜାର୍ଭନା ସହ ଯଜ୍ଞ, ଓ ସନ୍ଧ୍ୟା ୫ଘଟିକା ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଥିବା ସହ ସନ୍ଧ୍ୟା ୭-୩୦ମି ରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କମିଟି ପକ୍ଷତୁ ସୂଚନା ଦେଇଛନ୍ତି ।
