You are currently viewing ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ତରଫରୁ ଚାଷୀଙ୍କ ବିଲରେ ଫସଲ ଭଲ ପାଇଁ ରୁଷ୍ୟଶୃଙ୍ଗ ପୁଜା ଅନୁଷ୍ଠିତ
ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ତରଫରୁ ଚାଷୀଙ୍କ ବିଲରେ ଫସଲ ଭଲ ପାଇଁ ରୁଷ୍ୟଶୃଙ୍ଗ ପୁଜା ଅନୁଷ୍ଠିତ

ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ତରଫରୁ ଚାଷୀ ମାନଙ୍କ ବିଲରେ ଫସଲ ଭଲ ହେବା ପାଇଁ ଓ ପାଳକ ବର୍ଷା ଯୋଗୁଁ ରୁଷ୍ୟଶୃଙ୍ଗ ପୁଜା ବ୍ରାହ୍ମଣ ମାନଙ୍କ ଙ୍କ ଦ୍ୱାରା କରିଥିଲେ | ଏହି କାର୍ଯ୍ୟକ୍ରମ ସ୍ଵପ୍ନେଶ୍ଵର ମନ୍ଦିର ରେ ହୋଇ ଥିଲା | ଏହା କୃଷକ ସଙ୍ଘର ସଭାପତି ୟ ମୁକୁନ୍ଦ ରାଓଙ୍କ ସଂଯୋଜନା ରେ ଆରମ୍ଭ ହୋଇ ଥିଲା | ଏଥିରେ ସମ୍ପାଦକ କିଶୋର ଚନ୍ଦ୍ର ଶାସମାଲ, ଉପଦେଷ୍ଟା ରମେଶ ଚନ୍ଦ୍ର ଗୌଡ଼, ଉପସଭାପତି ଲକ୍ଷ୍ମୀ ଚରଣ ପାଣିଗ୍ରାହୀଙ୍କ ସହିତ ବହୁ ଚାଷୀ ସହଯୋଗ କରିଥିଲେ |. ଏଥିରେ ଅତିଥି ଭାବେ ହିନ୍ଦୀ ପ୍ରଚାର ସଭାର କୁଳପତି ପ୍ରଫୁଲ କୁମାର ରଥ, ବରିଷ୍ଟ ବିଜେପି ନେତା, ଅରୁଣ କୁମାର ପଣ୍ଡା, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବରିଷ୍ଟ ନାଗରିକ ସଙ୍ଘର ସଭାପତି ନରସିଂହ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ |

ପୂଜା ଵିଧି ବିଧାନ ଅନୁସାରେ ସରିବା ପରେ ଚାଷୀ ମାନେ ହୋମ ବାଲିକୁ ନେଇ ନିଜ ଚାଷ ଜମିରେ ଜମିର ଉର୍ନ୍ନତି ନିମନ୍ତେ ତାକୁ ପକେଇ ଥିଲେ | ଏବଂ ଶେଷରେ ଭୋଗ ପ୍ରସାଦ କୁ ସମସ୍ତେ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମ କେଉଁ କେତେ ବର୍ଷ ରୁ ଚାଲି ଆସୁଛି |

ଏହି ପୁଜା କାର୍ଯ୍ୟ ରେ ଯେଉଁ ଚାଷୀ ମାନେ ସହଯୋଗ କରିଥିଲେ ସେମାନେ ହେଲେ ଯୋଗୀ ବେହେରା, ପ୍ରହଲାଦ ଗୌଡ଼, କାଳିଆ ମହାଙ୍କୁଡ, ଲକ୍ଷ୍ମୀ ଗୌଡ଼, ବିଚିଗୌଡ଼, କେଞ୍ଚୁ ମହାନ୍ତି, ସୀମା ମହାଙ୍କୁଡ, ବନ ବେହେରା, ତ୍ରିନାଥ ବେହେରା,ଦଣ୍ଡପାଣି ଗୌଡ଼, ଜୁତିଆ ବେହେରା, ଗନ୍ଧୀ ବେହେରା, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |
ରିପୋର୍ଟ ପ୍ରସନ୍ନ କୁମାର ଦାସ