କୋଦଳା
ଖଲ୍ଲିକୋଟ ତାଲୁକା ପଂକାଳମୁଠା ଷୋହଳଖଣ୍ଡ ଗୋପାଳ ସମାଜର ପବିତ୍ର ନନ୍ଦ ଉତ୍ସବ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଏସ. ଛଚିନା ସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଏବଂ ଷୋହଳଖଣ୍ଡ ଗୋପାଳ ସମାଜ (ଖ ) ର ବେଗୁନିଆପଡା ସ୍ଥିତ ଶ୍ରୀ ଶ୍ରୀ ଶୀଧେଶ୍ୱର ମନ୍ଦିର ପରିସରରେ ଶନିବାର ଦିନ ନନ୍ଦଉତ୍ସବ ପାଳିତ ହୋଇଯାଇଛି ।

ବେଗୁନିଆପଡା ଉତ୍ସବରେ ମୁଖ୍ୟଅତିଥି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସାମ୍ନାନିତ ଅତିଥି ଭାବେ କଟକ ଡି ଏସ ପି ସନ୍ତୋଷ କୁମାର ଗୌଡ଼, ଓଡିଶା ସରକାରଙ୍କ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଗଞ୍ଜାମ ଷୋହଳ ଖଣ୍ଡ ବ୍ରଜ ଗୋପାଳ ସମାଜର ଉପଦେଷ୍ଟା ପଦ୍ମନାଭ ଗୌଡ଼, ସମାଜସେବି ଚିତ୍ରସେନ ପରିଡା, ନାରାୟଣ ସୁମନ୍ତରାୟ, ଖଣ୍ଡିଆନଈ ସରପଞ୍ଚ ପଙ୍କଜ କୁମାର ସେଠି, ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ ଏସ. ଛଚିନା ନନ୍ଦ ଉତ୍ସବରେ କଟକ ଡି ଏସ ପି ସନ୍ତୋଷ କୁମାର ଗୌଡ଼, ଓଡିଶା ସରକାର ଙ୍କ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସେଠି ପ୍ରଭୁତି ଯୋଗଦେଇ ଥିଲେ । ନନ୍ଦ ଉତ୍ସବର ମହତ୍ୱ, ଗୋପାଳ ସମାଜର ଉର୍ନ୍ନତି ତଥା ଐତିହ ଓ ପରମ୍ପରା କୁ ବଜାଇ ରଖିଥିବା ରୁ ଗୋପାଳ ସମାଜକୁ ଅତିଥି ମାନେ ଧନ୍ୟବାଦ ଦେଇଥିଲେ । ।

ବେଗୁନିଆପଡା ଠାରେ ସଭାପତି ଗୋପୀନାଥ ଗୌଡ଼, ଉପ ସଭାପତି ରବୀନ୍ଦ୍ର ଗୌଡ଼, ସମ୍ପାଦକ ସାରଥୀ ଗୌଡ଼ ସହ ସମ୍ପାଦକ ବ୍ରଜ ସୁନ୍ଦର ଗୌଡ଼, କୋଷାଧକ୍ଷ ବିଜୟ ଗୌଡ଼ ପରିଚାଳନା କରିଥିବା ବେଳେ ଏସ. ଛଚିନା ଠାରେ ଗୋପାଳ ସମାଜର ସଭାପତି ଶରତ ଚନ୍ଦ୍ର ଗୌଡ଼, ଉପ ସଭାପତି ବିଦୁର ଗୌଡ଼, ସମ୍ପାଦକ ବସନ୍ତ କୁମାର ଗୌଡ଼, ସହ ସମ୍ପାଦକ ଭଗବାନ ଗୌଡ଼, କୋଷାଧକ୍ଷ ସୁରେନ୍ଦ୍ର ନାଥ ଗୌଡ଼ ପରିଚାଳନା କରିଥିଲେ । ଏହି ଉତ୍ସବ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଚାଲିଥିଲା । ପଂକାଳ ମୁଠା ର ସମସ୍ତ ଗ୍ରାମର ଗୋପାଳ ସମାଜର ସମସ୍ତ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ

