You are currently viewing ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୂ ଶ୍ରୀ ଗଜାନନ
ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୂ ଶ୍ରୀ ଗଜାନନ

ତାଳଚେର ତା ୩୦/୦୯ ତାଳଚେର ସହରର ଗଣପର୍ବ ତଥା ବିଘ୍ନବିନାସକ ଗଜାନନଙ୍କ ଭସାଣୀ ଉତ୍ସବ ମମହାସମାରୋହରେ ପାଳିତ ହୋଇଯାଇଛି । ତାଳଚେର ବଡ଼ଦାଣ୍ଡ ସାହିରେ ହୋଇଥିବା ମେଲଣ ପଡ଼ିଆରେ ସକାଳ ୮ଘଟିକା ସୁଦ୍ଧା ସମସ୍ତ ମେଢ଼ ପଂହଚି ସାରିଥିଲା । ସକାଳ ୯ଘଟିକା ସମୟରେ ତାଳଚେର ଉପଜିଲ୍ଳାପାଳ ତଥା କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ମନୋଜ ତ୍ରିପାଠୀଙ୍କ ସଭାପତିରେ ଆୟୋଜିତ ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ଅନ୍ୟତମ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କେନ୍ଦ୍ରୀୟ ପୂଜାକମିଟିର ସମସ୍ତ ସଦସ୍ୟ ମଂଚ ଉପରେ ଉପସ୍ଥିତ ଥିଲେ । ସିଦ୍ଧିବିନାୟକ କମିଟି ପକ୍ଷରୁ ଉତୋରୀ ବାନ୍ଧି ସମ୍ମାନୀତ କରାଯାଇଥିଲା । ମୋଟ ୨୭ଟି ମେଢ଼ ଭସାଣୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବନିଷ୍ପତି ଅନୁଯାୟୀ ସକାଳ ୧୦ଘଟିକା ସମୟରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ମେଢ଼ ବଡ଼ଦାଣ୍ଡ ସାହିରୁ ବାହାରି ବଡ଼ବଜାର ତାଳଚେର ଥାନା, ଚିତ୍ରକୂଟ ବଜାର, ହନୁମାନ ପଡ଼ା, ବଉଳଛକ, ଭୈରବୀ ସାହି ଦେଇ ପୁଣି ବଡ଼ବଜାର ଠାରେ ଭସାଣୀ ଶୋଭାଯାତ୍ରାକୁ ସମାପ୍ତ କରିଥିଲେ । ତେବେ ବିସର୍ଜନ ସମୟରେ ବଡ଼ଦାଣ୍ଡ ଛକ ଠାରୁ ଆରମ୍ଭ କରି ଫାଷ୍ଟଗେଟ୍ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଲାଗି ରହିଥିଲା । ମେଢ଼ ଗୁଡ଼ିକ ଆକର୍ଷଣ ବାଜା ଲାଇଟ୍ ଓ ଭଳିକି ଭଳି ପାରମ୍ପାରିକ ନାଚଗୀତରେ କଳାକୃତୀ, ବାଦ୍ୟ ଓ ନୃତ୍ୟ ମଧ୍ୟରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ପୂର୍ବରୁ ବୈଠକର ନିଷ୍ପତିକ୍ରମେ ଡ଼ିଜେ ସାଉଣ୍ଡ ବ୍ୟବହାରକୁ ନିସିଦ୍ଧ କରାଇଥିଲେ ମଧ୍ୟ ଏକାଧିକ ବକ୍ସମାନ ଖଞ୍ଜାଯାଇ ଅଧିକ ସାଉଣ୍ଡ ବଜାଇବା ଫଳରେ ପ୍ରଚଣ୍ଡ ଶଦ୍ଦ ପ୍ରଦ୍ୟୁଷଣରେ ଅଂଚଳଟି ପ୍ରକମ୍ପିତ ହୋଇ ଡ଼ିଜେ ସାଉଣ୍ଡ ଠାରୁ ବଳିଯାଇଥିଲା । ଏପରିକି, କିଛି ମେଢ଼ ମେଲଣ ପଡ଼ିଆରୁ ବାହାରି ମୁଖ୍ୟରାସ୍ତା ଦେଇ ଯାଇଥିବା ବେଳେ ଆଉ କିଛି ମେଢ଼ ପ୍ରତି ସାହିଗଳି କନ୍ଦିରେ ଯିବା ଦ୍ୱାରା ମେଲଣ ପଡ଼ିଆକୁ ସଂଯୋଗ କରୁଥିବା ତାଳଚେରର ସମସ୍ତ ରାସ୍ତା ଗୁଡ଼ିକ ବନ୍ଦ ହୋଇ ଯାଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସହରବାସୀ । ମେଲଣ ପଡ଼ିଆ ସମତେ ସହରରର ଗଳିକନ୍ଦିର ରାସ୍ତା ଗୁଡ଼ିକ ଉପରେ ଏପରିଭାବେ ମେଢ଼ ରଖି ଦିଆଗଲା ଯେ, ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିବା ସହିତ ରାସ୍ତାର ଉଭୟପାଶ୍ୱର୍ରେ ବାସୀନ୍ଦା ଗୃହ ବନ୍ଦୀ ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ବିଦେଶୀ ମଦ ଦୋକାନ ଗୁଡ଼ିକୁ ବନ୍ଦ କରାଯାଇଥିଲେ ମଧ୍ୟ ଟ୍ରିପ୍ ଟ୍ରିପ୍ ମଦର ବନ୍ୟା ଦେଖିବାକୁ ମିଳିଥିଲା । ଦୋକାନ ବନ୍ଦ ରହିଥିଲା ସତ, କିନ୍ତୁ ବିଭିନ୍ନ ସ୍ଥାନରେ ପୂର୍ବରୁ ପେଟି ପେଟି ମଦ ରଖାଯାଇ ପ୍ରଶାସନର ଆଢ଼ୁଆଳରେ ମୋଟାଅଙ୍କରେ ଏହାକୁ ବିକ୍ରି କରାଯାଇଥିବା ଦେଖାଯାଇଛି । ଦିନ ଥାଉଥାଉ ପ୍ରଶାସନ ପକ୍ଷରୁ ମୂର୍ତି ଗୁଡ଼ିକ ବିସର୍ଜନ କରିବାକୁ ନିଷ୍ପତି ନିଆଯାଇଥିଲେ ମଧ୍ୟ ପଟ୍ଟୁଆର ଶେଷ ହେବାକୁ ରାତି ୧୨ଟା ବାଜି ଯଇଥିଲା ଓ ମେଢ଼ ଗୁଡ଼ିକ କ୍ରମାନ୍ୱୟରେ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ଅସ୍ଥାୟୀ କୁତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା ।