You are currently viewing ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରାବେଳେ ପୂଜା ମଣ୍ଡପରେ ବିଧାୟକଙ୍କ ଭାଷଣରୁ ଆରମ୍ଭ ହେଲା ଗଣ୍ଡଗୋଳ ଧସ୍ତାଧସ୍ତି !!ଦଳୀୟ ପ୍ରଚାରକୁ କେନ୍ଦ୍ର କରି ପଡିଲା ମହଙ୍ଗା !!
ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରାବେଳେ ପୂଜା ମଣ୍ଡପରେ ବିଧାୟକଙ୍କ ଭାଷଣରୁ ଆରମ୍ଭ ହେଲା ଗଣ୍ଡଗୋଳ ଧସ୍ତାଧସ୍ତି !!ଦଳୀୟ ପ୍ରଚାରକୁ କେନ୍ଦ୍ର କରି ପଡିଲା ମହଙ୍ଗା !!

ଛତ୍ରପୁର ବ୍ଳକ୍ ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରା stage ରେ ବିଜେଡ଼ି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଭାଷଣରୁ ଆରମ୍ଭ ହେଲା ଗଣ୍ଡଗୋଳ, ଧସ୍ତାଧସ୍ତି !
ଏହା କଣ ଦଳୀୟ ପ୍ରଚାର ନା’ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି ଯୁକ୍ତିତର୍କ ଆରମ୍ଭ ହୋଇ ସୃଷ୍ଟିହେଲା ବଡ଼ ଧରଣର ଗଣ୍ଡଗୋଳ । ରାଜନୈତିକତାକୁ କେନ୍ଦ୍ର କରି ପଡିଲା ଏହି ମହଙ୍ଗା ବୋଲି ସାଧାରଣରେ କୁହାଯାଏ ।
ଦଳୀୟ ପ୍ରଚାରର ଧୂଆଁ ବାଣ ଫୁଟିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ତାଙ୍କ ସମର୍ଥକଙ୍କ ବାହାସ୍ପଟ କୁ ନେଇ ଉଠିଲା ଅଶ୍ଳୀଳ ବାକ୍ୟ, ବିଧାୟକ ଓ ସମର୍ଥକଙ୍କ ସହିତ ଧସ୍ତାଧସ୍ତି ପୂଜାମଣ୍ଡପରେ ସୋମବାର ରାତ୍ରୀ ବେଳେ ଗାଳି ବର୍ଷଣର ରୋଳ ଉଦ୍ଭାସିତ ହେଲା । MLA go Back ର ନାରାବାଜି ସ୍ୱରର ରୋଳ ଶୁଭିଲା ।
ସୂଚନା ଥାଉକି, ପାରମ୍ପରିକ ଏହି ଚୈତ୍ରପର୍ବ ଦଣ୍ଡଯାତ୍ରା ମେଳଣରେ ବିରାଟ ଅଭାବନୀୟ ଘଟଣା ଆଞ୍ଚଳିକ ଲୋକଙ୍କ ପାଇଁ ତଥା ବଡ଼ମାଧପୁର ଗାଁ ପାଇଁ ଏକ ଦୁଃଖଦ ଓ ପରିତାପର ବିଷୟ ହୋଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପରମ୍ପରା କ୍ରମେ ପ୍ରଚଳିତ ହୋଇଆସିଥିବା ପଞ୍ଚୁଦଣ୍ଡଯାତ୍ରାର ମହାମିଳନ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇ ଆସିଥିବାବେଳେ ଗତକାଲି ରାତ୍ରିରେ ସଭାମଞ୍ଚରେ ବଡ଼ଧରଣର ବିଶୃଙ୍ଖଳା ପୂର୍ଣ୍ଣପରିସ୍ଥିତି ଉପୁଜିଥିଲା ।
ଏହି ଦୃଶ୍ୟ ଦଣ୍ଡ ବିଧାନ ଭଳି ପବିତ୍ର ଭକ୍ତିବାଦର କାର୍ଯ୍ୟକ୍ରମ କୁ ଅନେକଟା କଳୁଷିତ କରିଛି ।
ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ସୁରୁଖୁରୁରେ ସମାହିତ ହୋଇଆସୁଥିବା ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରୁ ଦଣ୍ଡଯାତ୍ରା ଦଳ ଏହି ମହାମିଳନ ସମ୍ଭାରରରେ ଅଂଶଗ୍ରହଣ କରିଥିଲେ । ଏହି ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ମହାକାଳୀ ଓ ମହାଦେବଙ୍କ ଭେଟ ହୋଇଥିଲା । ଏହା ସୁରୁଖୁରୁରେ ହୋଇଆସୁଥିବାବେଳେ ଗତକାଲି ରାତ୍ରି ସମୟରେ ଏଭଳି ଅରାଜକତା ପୂର୍ଣ୍ଣ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା । ଯାହା ସାଧାରଣରେ ଏକ ଅସନ୍ତୋଷର କାରଣ ହେଲା । ପୂଜା ମଣ୍ଡପରେ ବିଜେଡି ଦଳର ଦଳୀୟ ପ୍ରଚାର ସ୍ୱରୂପ ଏବଂ ନିଜର ବହାଦୁରୀ ଭଳି ପ୍ରଶଂସା କରିବା ପଡିଲା ଏହି ମହଙ୍ଗା l
Report : -ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ