ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ମେ 17 ତାରିଖ ଠାରୁ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ବୁଧବାର ସନ୍ଧ୍ୟା କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉପସ୍ଥିତ ଥିଲେ ! ମନ୍ଦିର ଗେଟ ନିକଟରେ ବିଧାୟିକା ଙ୍କୁ ଉପ ଢୌକନ ଦେଇ ପାଛୋଟି ଆଣିଥିଲେ ! ମନ୍ଦିର ମଧ୍ୟ କୁ ଜାଇ ବାବା ଗୁପ୍ତେଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିବା ପରେ ଯଜ୍ଞ ସାଲା ନିକଟକୁ ଜାଇ ପ୍ରାର୍ଥନା କରିଥିଲେ ! ଏଥିସହ ଯଜ୍ଞ ପରିଚାଳନା କମିଟିଙ୍କ ସହ ଯଜ୍ଞ ର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ !ପ୍ରକାଶ ଥାଉ କି 17 ତାରିଖ ଠାରୁ ଆରମ୍ଭ ହୋଇ 28 ତାରିଖ ରବିବାର ଦିନ ଯଜ୍ଞ ପୂର୍ଣ୍ଣାହୁତି ହେବ। ଦୀର୍ଘ ୧୧ ଦିନ ବ୍ଯାପି ହେବାକୁ ଥିବା ଏହି ବିଶ୍ବ ଶାନ୍ତି ମହାଯଜ୍ଞରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉ ଥିବା ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ବେଗୁନିଆପଡା ପୋଲିସ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି । କରୋନା କଟକଣା ପାଇଁ ବନ୍ଦ ରହିଥିବା ଏହି ମହାଯଜ୍ଞ ଚଳିତ ବର୍ଷ ହେଉ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
