You are currently viewing ବିଶ୍ଵଶାନ୍ତି ମହାଯଜ୍ଞ ସହଯୋଗୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ବିଶ୍ଵଶାନ୍ତି ମହାଯଜ୍ଞ ସହଯୋଗୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର – ମଧୁବନ ଗ୍ରାମର ଲୋକନାଥେଶ୍ବର ଶୈବପୀଠରେ ୭ ଦିନ ବ୍ୟାପୀ ବିଶ୍ଵଶାନ୍ତି ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞରେ ଦିନରାତି ସହଯୋଗ କରିଥିବା କର୍ମକର୍ତ୍ତାଙ୍କୁ ସୋମବାର ଦିନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଖବରନୁଯାୟୀ , ଗତ ଜାନୁଆରୀ ୨୯ ତାରିଖ ଠାରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ପଣ୍ତିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ଉପସ୍ଥିତିରେ ପଞ୍ଚାୟତରେ ମିଶନ ଶକ୍ତି ଜରିଆରେ କାର୍ଯ୍ୟ କରୁଥିବା ୧୦୪ ଗୋଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଓ ପେଣ୍ଠା ୟୁଥ୍ କ୍ଳବର ସମସ୍ତ ସଦସ୍ୟ ମିଶି ଯଜ୍ଞ କାର୍ଯ୍ୟ ପରିଚାଳିତ କରିବା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଯାହାଫଳରେ ଆଜି ମହାଯଜ୍ଞ ପରିଚାଳନା କମିଟି ସଭାପତି ଉମାକାନ୍ତ ସାହୁ , ସଂପାଦକ ସତ୍ୟନାରାୟଣ ରଥ , କୋଷାଧ୍ୟକ୍ଷ ଅଶ୍ବିନୀ କୁମାର ସାହୁ , ଉପସଭାପତି ଦେବୀ ପ୍ରସାଦ ରଥ , ହର୍ଷ ରଥ , ନୀରଞ୍ଜନ ପାଣିଗ୍ରାହୀ , ଦଣ୍ଡପାଣି ସାହୁ , ସୁବାଷ ଚନ୍ଦ୍ର ସାହୁ , ବିଶ୍ବନାଥ ଗୈାଡ , ଚିତ୍ରସେନ ଗୈାଡଙ୍କ ଉପସ୍ଥିତିରେ ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସରପଞ୍ଚ ରଞ୍ଜନ କୁମାର ସାହୁ , ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି କ୍ରିଷ୍ଣା ରାଓ ସୁବୁଦ୍ଧି , ରବିଚନ୍ଦ୍ର ଗୈାଡ, ସନ୍ତୋଷ କୁମାର ଦୋରା , ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ର , ସମାଜସେବୀ ରଞ୍ଜନ କୁମାର ପାଣିଗ୍ରାହୀ , ପ୍ରତାପ ସାହୁ ପ୍ରମୁଖ ଅଗ୍ନିଶାନ୍ତ ଦିବସରେ ଯୋଗଦେଇ ସହଯୋଗୀ କର୍ମକର୍ତ୍ତାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଲୁ ଗୈାଡ , ରାମହରି ଗୈାଡ , ପିଣ୍ଟୁ ପଣ୍ଡା , ଦଣ୍ଡାସୀ ପାଣିଗ୍ରାହୀ , ରାଧାକୃଷ୍ଣ ଗୈାଡ , ବୁଲୁ ପାଣିଗ୍ରାହୀ , ଜଟଧର ପ୍ରଧାନ , ଲକ୍ଷ୍ମଣ ଗୈାଡ , ବିଭୂତି ଭୂଷଣ ଗୈାଡ , ସିମାଞ୍ଚଳ ପାଣିଗ୍ରାହୀ , ବିନୁ କୁମାରୀ ଗୈାଡ ସମେତ ମହାଯଜ୍ଞ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଗୈାଡ ମହାଯଜ୍ଞରେ ସମସ୍ତ କ୍ଷେତ୍ରରେ ସହଯୋଗ କରିଥିବାରୁ ମହାଯଜ୍ଞ ଶାନ୍ତି ଶୃଙ୍ଖଳାରେ ପୂର୍ଣ୍ଣାହୁତି ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ ।