You are currently viewing ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ରଥ ସମ୍ମୁଖରେଅନଧିକୃତ ନୃତ୍ୟକୁ ବିରୋଧ
ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ରଥ ସମ୍ମୁଖରେଅନଧିକୃତ ନୃତ୍ୟକୁ ବିରୋଧ

ପୁରୀ,୧୭/୬-ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ( ରଥଯାତ୍ରା ) ସମୟରେ ରଥ ସମ୍ମୁଖରେ ଅନଧିକୃତ ନୃତ୍ୟ ପ୍ରଦର୍ଶନ, ପରମ୍ପରା ଗତ ରୀତିନୀତି ର ସୁରକ୍ଷା ଆଦି ବିଷୟକୁ ଗମ୍ଭୀରତା ର ସହ ନେଇ, ପୁରୀ ପରମ୍ପରା ସୁରକ୍ଷାମଞ୍ଚ, ଅଚ୍ୟୁତନ୍ତ ଟ୍ରଷ୍ଟ ଏବଂ ଅନ୍ୟ ଆଠଟି ଅନୁଷ୍ଠାନ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରିଛନ୍ତି । ମଞ୍ଚର ଆବାହିକା ରୋମା ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳ ଯାଇ, ଜିଲ୍ଲାପାଳ ଓ ଏସପି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଘୋଷଯାତ୍ରା ସମୟରେ, ରଥ ସମ୍ମୁଖରେ ହେଉଥିବା ସମସ୍ତ ନୃତ୍ୟ ପ୍ରଦର୍ଶନ ସମ୍ପର୍କରେ ଏକ ସ୍ପଷ୍ଟ ଓ ସର୍ବଜନୀନ ନିତି ଘୋଷଣା କରାଯାଉ । କେଉଁ ବ୍ୟକ୍ତି କିମ୍ବା ସଂଗଠନ ନୃତ୍ୟ କରିବାକୁ ଅନୁମତି ପାଇବେ ବା କେଉଁ ଆଧାର ରେ ଅନୁମତି ଦିଆଯିବ, ତାହା ସ୍ପଷ୍ଟ କରାଯାଉ । ଶ୍ରୀମନ୍ଦିର ପରମ୍ପରା, ରୀତିନୀତି ଓ ବରିଷ୍ଠ ସେବାୟତଙ୍କ ମତାମତ ଆଧାରରେ ନୃତ୍ୟ ପ୍ରଦର୍ଶନ ର ଯୋଗ୍ୟତା ନିର୍ଧାରଣ କରାଯାଉ !ଅନଧିକୃତ ପ୍ରବେଶ, ସୁରକ୍ଷା ବଳୟ ଉଲ୍ଲଙ୍ଘନ, ଓ ଯେ କୌଣସି ଅନିୟମିତତା ସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତ କରାଯାଉ । ଯେ କୌଣସି ସେବାୟତ କିମ୍ବା ଅଧିକାରୀ ଯଦି ପଦର ଦୂରପଯୋଗ କରନ୍ତି । ତେବେ ସେମାନଙ୍କୁ ଦଣ୍ଡର ବ୍ୟବସ୍ଥା କରାଯାଉ । ଏହାସହିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ, ଅଶାନ୍ତି ପ୍ରକାଶ ପାଇଥିଲା, ତାହା ହେଉଛି ଦେବଦାସୀ ନୃତ୍ୟ ବା ମାହାରୀ ନୃତ୍ୟ । ଏହା ଏକ ପାରମ୍ପରିକ ନୃତ୍ୟ, ଯାହାକି ଭଗବାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଆଉ ଏହି ନୃତ୍ୟ କୁ ବାହାରେ ପ୍ରଦର୍ଶିତ କରି ବ୍ୟବସାୟ କରିବା ସମ୍ପୃର୍ଣ୍ଣ ବେଆଇନ ବୋଲି ମଞ୍ଚର ସମସ୍ତ ସଦସ୍ୟ ଉପଲବ୍ଧି କରିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ଲେଙ୍କା, ସମାଜସେବୀ ଲଲାଟେନ୍ଦୁ ମିଶ୍ର, ନାରୀ ସଂଗଠନ ନେତ୍ରୀ ସୂର୍ଯକାନ୍ତି ପ୍ରଧାନ ଆଦି ଯୋଗ ଦେଇଥିଲେ ।