You are currently viewing ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି
ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଂଚାୟତର ବେଲପଡା ଗ୍ରାମରେ ବିଜେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସହ ହରି ହରାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଏଗାର ଦିନ ବ୍ୟାପି ଅନୁଷ୍ଠିତ ହୋଈ ଯାଇଛି ! ଏହି ଯଜ୍ଞ ଗୁରୁବାର ଦିନ ପୂର୍ଣ୍ଣାହୂତି ହୋଈ ଯାଇଛି ! ଜାନୁୟାରୀ 23 ତାରିଖ ଦିନ ସହ ସହ ମହିଳା ଓ ପୁରୁଷ କଳସ ଯାତ୍ରା ପାଇଁ ପ୍ରଭାତ ରୁ ଗ୍ରାମ ରେ ପୂଜା ଅର୍ଚନା ପରେ ଯାଜ୍ଞଙ୍କ ପୁରୋହିତ ଙ୍କ ସହ ଖରାଖରୀ ନଦୀ କୁ ଯାଇ ଥିଲେ ! ନଦୀ ପଠାରେ ପୂଜା ଅର୍ଚନା ପରେ ଶୋଭାଯାତ୍ରା ରେ କଳସ ଧରି ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଂଚି ଥିଲେ ! ଏହା ପରେ ବନଜାଗ, ରତ୍ନ ମୁଦ କାର୍ଯ୍ୟକ୍ରମ ଆରମ୍ଭ ହୋଈ ଥିଲା ! 24 ତାରିଖ ରେ ମନ୍ଦିର ପ୍ରତିଷ୍ଠା ଆରମ୍ଭ, ନାମଯଜ୍ଞ ଅଧିବାସ ହୋଈ ଥିବା ବେଳେ 25ତାରିଖ ରେ ଦେବତା ପ୍ରାଣ ପ୍ରତିଷ୍ଠା ମହାସ୍ନାନ ଓ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା ! 26 ତାରିଖ ରେ ଦେବତା ମନ୍ଦିର ପ୍ରବେଶ ହୋଈ ଥିବା ବେଳେ 27ତାରିଖ ଠାରୁ ଫେବୃୟାରୀ 2 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହା ଯଜ୍ଞ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଈ ଗୁରୁବାର ଦିନ ପୂର୍ଣ୍ଣା ହୂତି ହୋଈ ଥିଲା ! ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ ! ସମସ୍ତ ଭକ୍ତ ଙ୍କ ପାଇଁ ଅନ୍ନ ଯଜ୍ଞ ର ବ୍ୟବସ୍ଥା ମଧ୍ୟ କରାଯାଇଛି ! ଏଗାର ଦିନ ବ୍ୟାପି ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଦୀପ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଈ ଥିଲା ! ଏଥି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ମିନା ବଜାର, ରାମ ଦୋଳି, ବ୍ରେକ ଡ୍ୟାନ୍ସ, ସାଙ୍ଗକୁ ଅପେରା ସାଇ ସମ୍ରାଟ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲା ! ଏଥିରେ ବେଲପଡା ଗ୍ରାମବାସୀ, ଯୁବକ ସଙ୍ଘ ଓ ଆଖପାଖ ଅଂଚଳର ଲୋକ ମାନେ ସହ ଯୋଗ କରୁଛନ୍ତି !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।