କୁକୁଡାଖଣ୍ଡି ::-ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁକୁଡ଼ାଖଣ୍ଡି ଗ୍ରାମ ର ଦୋରା ସାହି ଯୁବକ ଭାଇ ମାନଙ୍କ ଦ୍ଵାରା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଅଛି। ପୂଜା ର ପ୍ରଥମ ଦିନରେ ମା ଙ୍କ କଳସୀ ଯାତ୍ରା ହୋଇଛି । ଏହା ମୁକ୍ତେଶ୍ଵର ବନ୍ଧ ରୁ ଆରମ୍ଭ ହୋଇ ନୂଆବନ୍ଧ ସାହି ଓ ବଡ଼ ସାହି ଓ ଦୋରା ସାହି ଦେଇ ମାଁ ଙ୍କ ପୂଜା ମଣ୍ଡପ ଠାରେ କଳସୀ ଯାତ୍ରା ଶେଷ ହୋଇଛି। ଏହି କଳସୀ ଯାତ୍ରା ରେ ପ୍ରାୟ ୩୦ ରୁ ୫୦ ମହିଳା ପାଣି କୁମ୍ଭ ଧରି ମା ଲଷ୍ମୀ ପିଠ ନିକଟରେ ସ୍ଥାପନ କରିଥିଲେ । ପୂଜା ର କର୍ତ୍ତା ଭାବେ ପି. ଅଶୋକ, D. ପୂର୍ଣ୍ଣଚନ୍ଦ୍ର, ଇପିଲି ସନ୍ତୋଷ ରହିଛନ୍ତି l ଦୋରା ସାହି ର ଶତାଧିକ ମହିଳା ଓ ଯୁବକ ଭାଇ ମାନେ ପୂଜା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

