You are currently viewing ଅକ୍ଷୟ ତୃତୀୟା ଅବସରରେ ପ୍ରେସ କ୍ଳବ୍ ପକ୍ଷରୁ ପଥଚାରୀଙ୍କୁ ଚଲା ଓ ହନୁମାନ ଚାଳିଶା ବହି ବଣ୍ଟନ.
ଅକ୍ଷୟ ତୃତୀୟା ଅବସରରେ ପ୍ରେସ କ୍ଳବ୍ ପକ୍ଷରୁ ପଥଚାରୀଙ୍କୁ ଚଲା ଓ ହନୁମାନ ଚାଳିଶା ବହି ବଣ୍ଟନ.

ବ୍ରହ୍ମପୁର – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରେସ କ୍ଳବ୍ ବ୍ରହ୍ମପୁର ପକ୍ଷରୁ ପଥଚାରୀଙ୍କୁ ଚଲା ବଣ୍ଟନ କାର୍ଯ୍ୟକ୍ରମ ସହିତ ହନୁମାନ ଚାଳିଶା ବହି ବାଣ୍ଟିବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଗ୍ରୀଷ୍ମର ପ୍ରଭାବ ବେଶ୍ ଅନୁଭୂତ ହେଉଥିବା ବେଳେ ବର୍ତ୍ତମାନ ଗତ ଦୁଇ ଦିନ ଧରି ଘରୁ ବାହାରିବା କଷ୍ଟକର ହେଉଥିବା ବେଳେ ଏଭଳି ସମୟରେ ପ୍ରେସ କ୍ଲବ ସମୁଖରେ ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ବାଦିକ ଓ ପ୍ରେସ କ୍ଲବ ସାମ୍ବାଦିକ ଓ ସାମ୍ବାଦିକା ମାନେ ଦହିରେ ଚଲା ପ୍ରସ୍ତୁତ କରି ପଥଚାରୀଙ୍କୁ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ବ୍ରହ୍ମପୁରର ସଭାପତି ଅଶୋକ କୁମାର ବ୍ରହ୍ମା, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା , ବରିଷ୍ଠ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ, ଗୋପାଳ ପଟ୍ଟନାୟକ, କିରଣ ମିଶ୍ର, ପ୍ରଶାନ୍ତ ପ୍ରତିନିଧି, ଶିବ ଦଳାଇ. ସମୀର ରଥ.ରବୀନ୍ଦ୍ର କୁମାର ସାହୁ ରମା କାନ୍ତ ନନ୍ଦ. ବୁଜି ଭାଇ. ଅମର. ବନିତା. ସ୍ୱାଧୀନ. ଶ୍ରୀକାନ୍ତ. ସତ୍ୟ ପରିଡା ଙ୍କ ସମେତ ବହୁ ପ୍ରେସ କ୍ଳବର ସଦସ୍ୟତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।