You are currently viewing ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କ କାଞ୍ଚି ଅଭିଯାନ ବେଶ
ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କ କାଞ୍ଚି ଅଭିଯାନ ବେଶ

ବାଲିଗୁଡା, ତା, ୦୪/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ କାଞ୍ଚି ଅଭିଯାନ ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ସକାଳ ଓ଼ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ଶୁକ୍ରବାର ଦିନ ସକାଳେ ଗୀତା ପାରାୟଣ ଓ଼ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତୀ ପରେ ପରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାର ମିଷ୍ଠାନ ବଣ୍ଟନ କରାଯାଇଥିଲା l ସେପଟେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳ ଚାଲିଛି। ମହାପ୍ରଭୁଙ୍କ ଆଡପ ଦର୍ଶନ କରି ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଏଥିରେ ଶତାଧିକ ଭକ୍ତମାନେ ଆସି ଶ୍ରଜୀଉଙ୍କ ଦର୍ଶନ କରୁଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଓ଼ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି l