କୋଦଳା
କୋଦଳାରେ ୧୦୮ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ନଗରପାଳ ଶ୍ରୀ ହରପ୍ରସାଦ ସାହୁଙ୍କ ଉଦ୍ଯମରେ ଅନୁଷ୍ଠିତ ଏହି ଭକ୍ତିମୟ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ୧୦୮ ହନୁମାନ ଚାଳିଶା ପଠନ କରିବା ସହ ଅଞ୍ଚଳ ତଥା ଜଗତ କଲ୍ୟାଣ ନିମନ୍ତେ ସଂକଟମୋଚନ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ।
ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି ହେଉଛି ହନୁମାନ ଚାଳିଶା। ଅଜଣା ଶତ୍ରୁ କବଳରୁ ରକ୍ଷା, ଖରାପ ବିଚାର ଦୂର ହୋଇ ମନରେ ଶ୍ରଦ୍ଧା ତଥା ଆଧ୍ୟାତ୍ମିକ ଭାବ ଜାଗ୍ରତ, ଦୂରାରୋଗ୍ଯ ମୁକ୍ତି, ଆସୁରିକ ପ୍ରବୃତ୍ତି ହଟାଇବା ସହ ଜୀବନରେ ଶାନ୍ତି ଲାଭ ପାଇଁ ହନୁମାନ ଚାଳିଶା ପଠନ କରାଯିବାର ବିଶ୍ବାସ ରହିଛି। ହନୁମାନଙ୍କ ପୂଜାର୍ଚ୍ଚନା ପୂର୍ବକ ୧୦୮ ହନୁମାନ ଚାଳିଶା ନିରନ୍ତର ପଠନ କରାଯାଇଛି। ଏଥିରେ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ଶତାଧିକ ହନୁମାନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।ପ୍ରତିଥର ହନୁମାନ ଚାଳିଶା ପରେ ଭକ୍ତିଭରା ଭଜନ ଏବଂ ପୁଣି ଚାଳିଶା ପଠନ କରାଯାଇଥିବା ଶେଷରେ ଘୃତଜଜ୍ଞାହୁତି ପୂର୍ବକ ସମାପନ ହୋଇଥିଲା। ବେଳେ ଏହି ଅବସରରେ ପ୍ରସାଦ ସେବନର ବନ୍ଦବୋସ୍ତ ମଧ୍ୟ ହୋଇଥିଲା ।ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
