You are currently viewing ବାଲିଘାଟ ଜାଗେଶ୍ବରୀ ଛକରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ. ଏଥର ୩ ରାତି ମେଲୋଡି ରେ କମ୍ପିବ ପୂଜା ମଣ୍ଡପ
ବାଲିଘାଟ ଜାଗେଶ୍ବରୀ ଛକରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ. ଏଥର ୩ ରାତି ମେଲୋଡି ରେ କମ୍ପିବ ପୂଜା ମଣ୍ଡପ

ପୁରୀ, ୭/୧୦- ଶ୍ରୀ ଶ୍ରୀ ମହାମାୟୀ ଗଜଲଷ୍ମୀ ପୂଜା କମିଟି ପକ୍ଷ ରୁ ଚଳିତ ବର୍ଷ ୧୮ ତମ ଗଜଲକ୍ଷ୍ମୀ ପୂଜା ଧୂମଧାମ ରେ ଆରମ୍ଭ ହୋଇଛି | ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ତିନିଦିନ ସୁନେଲି ସନ୍ଧ୍ୟା ରେ ସୃତି ମଧୁର ମେଲୋଡି ପରିବେଷଣ କରାଯିବ |
୧୦ ତାରିଖ ଶୁକ୍ରବାର ସନ୍ଧ୍ୟା ରେ ମଣ୍ଟୁ ଛୁରିଆ ଓ ଗ୍ରୁପ ଦ୍ୱାରା ଗୀତ ବାହାର ସୁମଧୁର ସଂଗୀତ ପରିବେଷଣ କରିବେ | ୧୧ ତାରିଖ ଶନିବାର ସନ୍ଧ୍ୟା ରେ ଆଟ୍ରାକ୍ସନ ବ୍ୟାଣ୍ଡ ରେ ନଭ୍ୟା ଯାଇତି ଓ ଗ୍ରୁପ ଦ୍ୱାରା ସୁମଧୁର କଣ୍ଠ ସଂଗୀତ ପରିବେଷଣ କରାଯିବ | ୧୨ ତାରିଖ ରବିବାର ଶେଷ ସନ୍ଧ୍ୟା ରେ ଓଡିଶା ର ସୁପ୍ରସିଦ୍ଧ
ଗାୟିକା ସୁଜ୍ଞାନୀ ମହାପାତ୍ର ଓ ଗ୍ରୁପ ର ମହାରାଜା ବ୍ୟାଣ୍ଡ ଭଜନ, ଆଧୁନିକ ଓ ହିନ୍ଦୀ ଚଳଚିତ୍ର ଗୀତ ର କଣ୍ଠ ସ୍ୱର ରେ ଜଲୱା ସୃଷ୍ଟି କରିବେ | ୧୮ତାରିଖ ରେ ମା ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଜଣାଇଛନ୍ତି | ମା ଙ୍କୁ ପ୍ରତେହ ଦିନ ଦର୍ଶନ କରିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆୟୋଜକ କମିଟି ର ମୁଖ୍ୟ ଉପଦେଷ୍ଟା ଭାଗିରଥି ସ୍ୱାଇଁ (ଭାଗୁ)ଓ ରଞ୍ଜନ ରାଉଳ, ସଭାପତି ବିଭୂତି ଭୂଷଣ ସେଠୀ, ସମ୍ପାଦକ ସୁଜିତ କୁମାର ସାହୁ (ପପୁ) ଓ କମିଟି ର କର୍ମକର୍ତ୍ତା, ସଭ୍ୟଗଣ ଓ ଅଞ୍ଚଳବାସି ଅନୁରୋଧ କରିଛନ୍ତି |