You are currently viewing ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିରରେ ତେଲୁଗୁ ସଂପ୍ରଦାୟ ଭକ୍ତମାନଙ୍କ ଦ୍ବାରା ମହାଲକ୍ଷ୍ମୀଙ୍କ କୁଙ୍କୁମ ପୂଜା ଅନୁଷ୍ଠିତ ।
ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିରରେ ତେଲୁଗୁ ସଂପ୍ରଦାୟ ଭକ୍ତମାନଙ୍କ ଦ୍ବାରା ମହାଲକ୍ଷ୍ମୀଙ୍କ କୁଙ୍କୁମ ପୂଜା ଅନୁଷ୍ଠିତ ।

ବ୍ରହ୍ମପୁର ,9/24
ଶ୍ରାବଣ ଶୁକ୍ରବାର ଉପଲକ୍ଷେ ସାନ ବଜାର ନିକଟସ୍ଥ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିରରେ ତେଲୁଗୁ ସଂପ୍ରଦାୟ ଭକ୍ତମାନଙ୍କ ଦ୍ବାରା ମହାଲକ୍ଷ୍ମୀଙ୍କ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ତେଲୁଗୁ ସଂପ୍ରଦାୟର ମହିଳା ଭକ୍ତମାନେ ସକାଳ ୯ ଘଣ୍ଟା ସମୟରେ ମହାଲକ୍ଷ୍ମୀଙ୍କୁ ବିଭିନ୍ନ ମନ୍ତ୍ର ଦ୍ବାରା ସଂକଳ୍ପ ପାଠ କରି ଉପାସନା କରିଥିଲେ।

ଏଥିରେ ତେଲୁଗୁ ସଂପ୍ରଦାୟର ପରିବାର ଯୋଗଦାନ କରିଥିଲେ ଓ ଏହି କାର୍ଯ୍ୟରେ ରାଜେଶ୍ଵର ପୃଷ୍ଟି ଓ ତାଙ୍କ ପରିବାରବର୍ଗ ପୂଜାରେ ବସିଥିଲେ। ସମସ୍ତ ଭକ୍ତ ଲାଗି ଅନ୍ନପ୍ରସାଦ କରାଯାଇଥିଲା।

କୁଙ୍କୁମ ହଳଦୀ ଆଦି ପୂଜା ସାମଗ୍ରୀ ଦ୍ବାରା ଲକ୍ଷ୍ମୀ ମାଁ ଙ୍କୁ ଅର୍ପଣ କରାଯାଇଥିଲା। ରାତ୍ର ସମୟରେ ପୁରୁଷ ଭକ୍ତମାନଙ୍କ ଦ୍ବାରା ଲିଙ୍ଗାଭିଷକ ପୂଜା କରାଯିବ, ଏଥିରେ ତେଲୁଗୁ ପୁରୁଷ ଭକ୍ତମାନେ ଯୋଗଦାନ କରିବେ।

ବ୍ୟୁରୋ ରିପୋର୍ଟ IJB ନ୍ୟୁଜ୍।