ଖଲ୍ଲିକୋଟ : 7/6 ଗତ ନବୀନ ସରକାର ଅମଳ ରେ ସମଗ୍ର ଓଡିଶା ରେ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର ଗୁଡିକ ର ରୂପାନ୍ତରିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରାଗଲା |ତଦନୁଯାୟୀ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ନାରାୟଣୀ ମନ୍ଦିର କୁ ଛାଡିଦେଲେ ଓଡିଶା ର ଦ୍ଵିତୀୟ ବୃହତ୍ତମ ତଥା 300 ବର୍ଷ ର ଅକ୍ଷତ କିର୍ତ୍ତୀ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ଭତ୍ସସକାର୍ଯ୍ୟ ବିମଣ୍ଡିତ ନିର୍ମଳ ଝର ଓ ରାଧାକୃଷ୍ଣ ମନ୍ଦିର ଓ
ଝ|ଡ଼େଶ୍ୱର ଶୈବ ପୀଠ ପ୍ରତି ଚରମ ଅବହେଳା ଫଳରେ ରୂପାନ୍ତରିତ ହୋଇପାରିନି |ଯା ଫଳରେ ଏହି ସବୁ କୀର୍ତ୍ତିରାଜି ଗୁଡିକ ଜରାଜୀର୍ଣ୍ଣ ହୋଇ ଭୁଶୁଡିବାକୁ ବସିଲାଣି |ସର୍ବୋପରି ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଟି ଖଲ୍ଲିକୋଟ ଗ୍ରୁପ ଆପ ଟେମ୍ପଲ ଅଧୀନ ରେ ପରିଚାଳିତ |ତେବେ ମନ୍ଦିର ସମୂହ କମିଟି ଆବଶ୍ୟକ ଦୃଷ୍ଟି ନ ଦେବା ଫଳରେ ବହୁ ବାର ଦାବି ପରେ ପ୍ରତ୍ନତତ୍ତ୍ୱ ବିଭାଗ କୁ ମିଳିଥିବା ମାତ୍ର ଦଶ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଗନ୍ନାଥ ଙ୍କ ମୁଖ୍ୟ ମନ୍ଦିର ର ନୀଳଚକ୍ର ଠାରୁ ଅଁଳା ଶ୍ରୀ ପର୍ଯ୍ୟନ୍ତ ମାତ୍ର 16 ଘନଫୁଟ କାମ କରି କୌଣସି ଅଧିକ ଅନୁଦାନ ନ ଆସିବା ଫଳରେ ଅଧା ପନ୍ତରିଆ ଭାବେ ଛାଡି ଚାଲି ଯାଇଛି |ତେବେ ଦୀର୍ଘ ଏକ ବର୍ଷ ହେଲା ମନ୍ଦିର ଚାରିପଟେ ପ୍ରାୟ ଦୁଇ ଲକ୍ଷ ଟଙ୍କା ର ବନ୍ଧା ଯାଇଥିବା ବାଉଁଶ ନଷ୍ଟ ହେବା ସହ ମନ୍ଦିର ଗାତ୍ର ରେ ଥିବା ଭାସ୍କର୍ଯ୍ୟ ମଧ୍ୟ ଏହାର ପ୍ରଭାବ ରେ ଶିଉଳି ମାଡି ଲତା ଗୁଳ୍ମ ଉଠି ନଷ୍ଟ ହେବାକୁ ବସିଲାଣି |ଗତ ପାଞ୍ଚ ବର୍ଷ ହେଲା ମନ୍ଦିର ମରାମତୀ ପାଇଁ ରାଜ୍ୟ ସରକାର 2017 ମସିହାରେ ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡ ରୁ ମିଳିଥିବା 15 ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି |ସେହିପରି ମନ୍ଦିର ର ମେଘନାଦ ପାଚେରୀ ମଧ୍ୟ ନଷ୍ଟ ହେବାକୁ ବସିଲାଣି |ଏଣେ ମନ୍ଦିର ର ସ୍ୱତନ୍ତ୍ର ହନୁମାନ, ଗଣେଶ ଓ ବିମଳା ମନ୍ଦିର ନିର୍ମାଣ ଓ ସ୍ନାନ ମଣ୍ଡପ ର ମରାମତୀ କରିବାର ଆବଶ୍ୟକତା ରହିଛି |ମନ୍ଦିର ରେ ଗତ କିଛି ଦିନ ତଳେ ମନ୍ଦିର ପରିସର ରେ ଆରମ୍ଭ ହୋଇଥିବା ଅବଢ଼ା ଅନ୍ନ ବହୁ ପ୍ରଶଂସିତ ହୋଇଥିବା ବେଳେ ଏହି ଅନ୍ନ କାର୍ଯ୍ୟକ୍ରମ କୁ ମନ୍ଦିର ସମୂହ କମିଟି ମଧ୍ୟରେ ଟଣା ଓଟରା ଯୋଗୁଁ ବନ୍ଦ ହୋଇଥିଲା ଫଳରେ ଖଲ୍ଲିକୋଟ ବାସି ଙ୍କ ମହଲ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି |ଏହି ମନ୍ଦିର ର ସାମଗ୍ରିକ ବିକାଶ ପାଇଁ ପୁରୀ ଗଜପତି ଓ ଓଡିଶା ସଂସ୍କୃତି ମନ୍ତ୍ରୀ ଓ ସର୍ବୋପରି ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଯର୍ଶଦ ଭଳି ଅତିଥି ଆସି ପରିଦର୍ଶନ କରି ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ |

ସେହିପରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନିର୍ମଳ ଝର ମଧ୍ୟ ସରକାରୀ ଅବହେଳା ର ଶିକାର ହୋଇ ନଷ୍ଟ ହେବାକୁ ବସି ଲାଣି |ନିର୍ମଳ ଝର କୁଣ୍ଡ ଚାରିପଟେ ଥିବା ଅସ୍ଥାୟୀ ଲୁହା ବାଡ଼ କୁ ହଟାଇବା ପାଇଁ ଜୋର ଦାବି ଉଠିଲାଣି ତେଣୁ ସାଧାରଣ ଲୋକମାନେ ଏହି ବାଡ଼ କୁ ଭାଙ୍ଗିବା ପାଇଁ ସଜବାଜ ହେଲେଣି |ତେଣୁ ଖଲ୍ଲିକୋଟ ରାଣୀ ଓ ମନ୍ଦିର ସମୂହ କମିଟି ର ସଭାପତି ସୁଜ୍ଞାନ କୁମାରୀ ଦେଓ ଙ୍କ ବିନା ଆଉ କେହିହେଲେ ସଭାପତି ରହିପାରିବେ ନାହିଁ ତେଣୁ ଏହି କମିଟି କୁ ଭାଙ୍ଗି ରାଜ୍ୟ ସରକାର ମନ୍ଦିର ସମୂହ କମିଟି ଦାୟିତ୍ୱ ନେଇ କମିଟି ଅଧୀନ ରେ ଥିବା କୋଟି କୋଟି ଟଙ୍କା ର ସ୍ଥାବର ଅସ୍ଥାବର ସମ୍ପତି ର ସ୍ଥାୟୀ ବିନିଯୋଗ କରି ମନ୍ଦିର ସମୂହ ର ବିକାଶ ପାଇଁ ଦାବି ଜୋର ଧରିଲାଣି |ତେଣୁ ନବ ନିର୍ବାଚିତ ସରକାର କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା |ଅନ୍ୟ ପକ୍ଷରେ ଖଲ୍ଲିକୋଟ ସହର ରେ ଥିବା ବହୁ ପୁରାତନ ମଠ ମନ୍ଦିର ଗୁଡିକ ମଧ୍ୟ ନଷ୍ଟ ହୋଇ ଅରମା ଜଙ୍ଗଲ ରେ ପରିଣତ ହେଲାଣି |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ
