ଖଲ୍ଲିକୋଟ : 7/8 ପବିତ୍ର ଖୁଦୁରୁକୁଣୀ ପୂଜା ଉପଲକ୍ଷେ ଖଲ୍ଲିକୋଟ ଏନ ଇ ସି ଅନ୍ତର୍ଗତ 8 ନମ୍ବର ୱାର୍ଡ ଶ୍ୟାମାସୁନ୍ଦରପୁର ଗ୍ରାମରେ ଆୟୋଜିତ ସାମାଜିକ” ଜାଗାକୁ ଝୁରୁଛି ବଡ଼ଦେଉଳ ” ନାଟକ କୁ ଖଲ୍ଲିକୋଟ ଏନ ଇ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଉଦଘାଟନ କରି ପ୍ରଚଳିତ ସାମାଜିକ ବ୍ୟବସ୍ଥା କୁ ନାଟକ ମାଧ୍ୟମ ରେ କଳାକାର ମାନେ ସେମାନଙ୍କ ନିଖୁଣ କଲା ଚାତୁରୀ ରେ ସୁଧାରି ବାକୁ ପରାମର୍ଶ ଦେବା ସହ ଖଲ୍ଲିକୋଟ ଏନ ଇ ସି ର ବିଭିନ୍ନ ଉନ୍ନୟନ ମୂଳଜ କାର୍ଯ୍ୟ ରେ ସ୍ବର୍ଗତ ରାଣୀମା ଙ୍କ ଯୋଗଦାନ କୁ ସ୍ମରଣ କରିଥିଲେ |.

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ କାଉନସିଲେର ପ୍ରଦୀପ କୁମାର ପଟ୍ଟନାୟକ ସମେତ ଶ୍ରୀମତୀ ରେମତି ଦାସ ଅଶୋକ ସେଠୀ ନାରାୟଣ ବାରିକ ଯୁବ ନେତା ଦେବାଶିଷ ସାମନ୍ତ ଓ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତ ମାନେ ଯୋଗ ଦେଇଥିଲେ | ଉକ୍ତ ନାଟକ କୁ ନାଟ୍ୟ ନିର୍ଧେଶକ ଅମର ସହ ନିଁର୍ଧେଶନା ଦେଇଥିଲେ |
ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ

