You are currently viewing ଭକ୍ତ ମାନଙ୍କୁ ଗଜାନନ ବେଶ ରେ ଦର୍ଶନ ଦେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା | ସ୍ନାନ ପାଈଁ ଶୁଖିଲା କୂଅ ରୁ ଝରିଲା ପାଣି |
ଭକ୍ତ ମାନଙ୍କୁ ଗଜାନନ ବେଶ ରେ ଦର୍ଶନ ଦେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା | ସ୍ନାନ ପାଈଁ ଶୁଖିଲା କୂଅ ରୁ ଝରିଲା ପାଣି |

ଖଲ୍ଲିକୋଟ :22/6 ପବିତ୍ର ଜ୍ୟେଷ୍ଠ ପୁର୍ଣିମା ରେ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡ ଅନୁଯାଇ ଶ୍ରୀଜଗନ୍ନାଥ ଙ୍କ ଜନ୍ମଦିନ |ଏ ଅବସର ରେ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଯାଇ ଥାଏ |ନୀତି ଅନୁଯାଇ ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ରେ ଥିବା ରତ୍ନ ସିଂହାସନ ରେ ଚାରମାଳ ପକାଇ ପହଣ୍ଡି ସେବକ ମାନେ ସ୍ନାନ ବେଦୀ କୁ ପାଛୋଟି ଅଣାଯାଇ ଅବକାଶ ନୀତି ପରେ ବିବିଧ ପୂଜା ଅର୍ଚନା କରାଯାଇଥିଲା |ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ 250 ଫୁଟ ଗଭୀର ବୋରିଂ ଖନାନ କରିବା ଫଳରେ 300 ବର୍ଷ ର ମନ୍ଦିର କୂପ ଶୁଖି ଯାଇଥିଲା |ଯା ଫଳରେ ମନ୍ଦିର ର ଦୈନନ୍ଦୀନ ପୂଜନୀତି ରେ ବିଭ୍ରାଟ ଉପୁଜିଥିଲା |ତେବେ ଶ୍ରୀ ଜୀଉ ମାନଙ୍କ ସ୍ନାନ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ର ଚିନ୍ତା ବଢ଼ି ଯାଇଥିଲା | ତେବେ ଗତ ଦୁଇ ଦିନ ର ବର୍ଷା ଫଳରେ ଶୁଖି ଆସୁଥିବା କୂଅ ରୁ ପାଣି ଝରିବା ପରେ ମନ୍ଦିର କୂଅ ରୁ ପାଣି ଆଣି ସେହି ପାଣି ରେ ଚନ୍ଦନ, କର୍ପୁର ଓ ଅଗୁରୁ ପକାଇ ସୁବାସିତ ପାଣି ରେ 108 ତାମ୍ର ଗଡୁ ରେ ପଣ୍ଡା ସେବାୟତ ମାନେ ସ୍ନାନ କରାଇ ଥିଲେ |ପରେ ଶ୍ରୀ ଜୀଉ ମାନଙ୍କ ସର୍ବାଙ୍ଗ କୁ ଶୁକ୍ଳ ପାଟ ବସ୍ତ୍ର ରେ ପୋଛି ଗଜାନନ ବେଶ ରେ ବେଶ କରାଯାଇଥିଲା |ଏହି ବିରଳ ଜାଗତିକ ଦୃଶ୍ୟ ଓ ମାନବୀୟ ଲୀଳା ଦେଖିବାକୁ ଖଲ୍ଲିକୋଟ ର ଆଖପାଖ ପୁର ପଲ୍ଲୀ ର ଶହ ଶହ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଙ୍କ ଭିଡ଼ ଜମିଥିଲା |ଶ୍ରୀ ଜୀଉ ଙ୍କ ସ୍ନାନ ବେଦୀ ଘଣ୍ଟ ଘଣ୍ଟା ଓ ଶଙ୍ଖ କାହାଳି ନାଦ ରେ କମ୍ପି ଉଠିଥିଲା |ମନ୍ଦିର ପ୍ରଶାସନ ତରଫରୁ ଭାରପ୍ରାପ୍ତ ଅଧିକାରୀ ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ମୀନକେତନ ଶବର ପରିଚାଳନା କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )