କୁକୁଡାଖଣ୍ଡି: ଅଯୋଧ୍ୟାଠାରେ ନିର୍ମାଣାଧୀନ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଦିବ୍ୟ ମନ୍ଦିର ଓ ପ୍ରଭୁଙ୍କ ପ୍ରତିମା ଆସନ୍ତା ୨୨ ରିଖରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଭାରତର ଗ୍ରାମେ ଗ୍ରାମେ ଘରେ ଘରେ ଯେଉଁ ଭଳି ମନ୍ଦିର ନିର୍ମାଣ ପାଇଁ ନିଦ୍ଧି ସଂଗ୍ରହ ହୋଇଥିଲା ସେହି ଭଳି ପ୍ରତ୍ୟେକ ପରିବାରକୁ ନିର୍ଦ୍ଧାରତ ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସକାଶେ ନିମନ୍ତ୍ରଣ ଦେବା କାର୍ଯ୍ୟକ୍ରମ ଜାରି ହୋଇଛି। ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅବହେଳିତ ଆଦିବାସୀ ଗ୍ରାମ ମାନଙ୍କରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବଣ୍ଟନ ସମୟରେ ବହୁ ସଂଖ୍ୟାରେ ବନବାସୀ ମାନେ ଯୋଗଦାନ ଦେଇଥିଲେ। ପାଢ଼ୀ ବନବାସୀ ମାନଙ୍କ ଘରେ ଘରେ ଅକ୍ଷତ ବଣ୍ଟନ କରି ଆସନ୍ତା 22 ତାରିଖରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ସକାଶେ ଘରେ ଘରେ ଦୀପ ପ୍ରଜ୍ବଳନ କରି ଦୀପାବଳୀ ଭଳି ଆନନ୍ଦ ଉତ୍ସବ ପାଳନ କରିବା ପାଇଁ ଆବାହନ କରିଥିଲେ। ଏହି କର୍ଯ୍ୟକ୍ରମରେ ସୁୟସ ଜନଜାତି ବିକାଶ ମଞ୍ଚ ସଂଯୋଜକ ଚନ୍ଦ୍ରଶେଖର ଦାସଙ୍କ ସହଯୋଗରେ ଏବଂ ସମାଜସେବୀ ମନିତା ଦାସଙ୍କ ସହ ପ୍ରତିଭା ରେଡ୍ଡୀ ଓ ରଜନୀକାନ୍ତ ପାଣିଗ୍ରାହି ଉପସ୍ଥିତ ଥିଲେ। କୁକୁଡାଖଣ୍ଡି ବ୍ଲକ ର କାଙ୍କିଆ, ସାନ କଂକିଆ, ଅମୁଣିଆ, ବାଣିଆମାରି, ଉପର ଲୁଣ୍ଡ୍ରିଗୁଡ଼ା, ତଳଲୁଣ୍ଡ୍ରିଗୁଡ଼ା ଓ ପୁରୁଣାପାଟଣା ଇତ୍ୟାଦି ଆଦିବାସୀ ଗ୍ରାମ ମାନଙ୍କରେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକ ଦେଇ ଆଶୀର୍ବାଦ ଲୋଡ଼ି ଥିଲେ। ଏହି ସମୟରେ ଗ୍ରାମ ବାସି ମାନେ ଜୟ ଶ୍ରୀ ରାମ ଧ୍ଵନି ଉଦ୍.ଘୋସ କରି ସହଯୋଗ କରିଥିଲେ।
