ପୁରୁଷତ୍ତମପୁର, ୨୧/୦୬ – ( ପ୍ରସନ୍ନ ଦାସ ) -:- ଏଇମାସ ତା ୨୨,୨୩,୨୪ ରିଖ ୩ ଦିନ ଧରି ବିଭିର୍ଣ୍ଣ କାର୍ଯ୍ୟକ୍ରମ ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱ ବ୍ରାହ୍ମଣ ସମାଜମହାସଂଘ ତରଫରୁ ହେବ ବୋଲି ସମାଜମହାସଂଘ ସଭାପତି, ସମ୍ପାଦକ, ଓ କୋଷାଧକ୍ଷ ସୂଚନା ଦେଇଛନ୍ତି | ଆସନ୍ତା ୨୨ ତାରିଖ ଦିନ ଆଶାଢ଼ଶୁକ୍ଳ ତୃତୀୟା ଦିନ ୧୬ ପ୍ରହର ନାମଯଂଜ୍ଞ ନିମନ୍ତେ ପବିତ୍ର ତଥା ଗଙ୍ଗାଙ୍କ ଠାରୁ ୧୦୦୦ ବର୍ଷ ରେ ବଡ଼ ଥିବା ବଡ଼ ଭଉଣୀ ଋଷିକୂଲ୍ୟା ନଦୀରୁ ୧୦୮ ମହିଳା ଙ୍କ ଦ୍ୱାରା କଳସ ଯାତ୍ରା, ସହିତ ନାମ ସଂକୀର୍ତନ ଆରମ୍ଭ ଏବଂ 23 ତାରିଖ ଆଶାଢ଼ ଚତୁର୍ଥୀ ଦିନ ବରିଷ୍ଟ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତ ଙ୍କ ଦ୍ୱାରା କରି ୧୦୮ କୁଣ୍ଡିୟ ଅମ୍ବା ଘୃତ ମହା ଯଜ୍ଞ , ଏବଂ ଶେଷ ଦିନ ୨୪ ତାରିଖ ରେ ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱବ୍ରାହ୍ମଣ ପିଲାଙ୍କ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏଣୁ ସବୁ ଭକ୍ତ ବୃନ୍ଦ, ମଉସା, ମାଉସୀ ଭାଇ ଭଉଣୀ ସମସ୍ତ ଜନ ସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କାୟ, ମନ ବାକ୍ୟ ଓ ଅର୍ଥ ଅର୍ପଣ ପୂର୍ବକସେମାନଙ୍କୁ ସହଯୋଗ କରିବେ ବୋଲି ଏହି ମହାସଂଘ ସମସ୍ତଙ୍କୁ ନିବେଦନ କରିଛନ୍ତି |
