ଖଜୁରୀପଡା :(୧୧/୩) ଖଜୁରୀପଡା ବ୍ଲକ ଅନ୍ତର୍ଗତ ପାବେରୀ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଗ୍ରାମର ଯଜ୍ଞ ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ସମ୍ପାଦକ ନନ୍ଦସୁତ ବେହେରା ଙ୍କ ତତ୍ଵାବଧାନରେ ପ୍ରଥମ ଦିନରେ ମହିଳା ମାନେ ଶୋଭାଯାତ୍ରା ରେ ବାହାରି କଳସ ରେ ନଦୀ ରୁ ଜଳ ଆଣି କୁଞ୍ଜ ଚତୁପାର୍ଶ୍ୱରେ ରଖିଥିଲେ ! ଦ୍ୱିତୀୟ ଦିନରେ ମନ୍ଦିର ରତ୍ନମୁଦ ମରାଯାଇ ନାମଯଜ୍ଞ,ଘୃତଯଜ୍ଞ,ଜ୍ଞାନଯଜ୍ଞ, ଅର୍ଣ୍ଣଯଜ୍ଞ ହୋଇଥିଲା ! ଏହି ଯଜ୍ଞ କୁ ଚକାପାଦ ଗୁରୁକୁଳ ଆଶ୍ରମରୁ ଆସିଥିବା ଆଚାର୍ଯ୍ୟ ପୂଜକ ଜଗବନ୍ଧୁ ଦାସ ପୂଜାର୍ଚନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରେ ଗ୍ରାମର ଲୋକ ତଥା ପାଖାପାଖି ଅଞ୍ଚଳ ର ଲୋକମାନଙ୍କ ବହୁତ ସମାଗମ ଦେଖିବାକୁ ମିଳିଥିଲା ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ !
