You are currently viewing ଆଜିବି ବଞ୍ଚି ରହିଛି ଗହ୍ମାଡିଆଁ ପରମ୍ପରା
ଆଜିବି ବଞ୍ଚି ରହିଛି ଗହ୍ମାଡିଆଁ ପରମ୍ପରା

ହିଞ୍ଜିଳିକାଟୁ (୩୦/୦୮/୨୦୨୩)ପବିତ୍ର ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମ ଦିନ ରେ ଗାଁ ସହର ଉତ୍ସବ ମୁଖର ହୋଇଥାଏ ଏହି ଦିନ ଭଉଣୀ ତାର ଭାଈ ହାତ ରେ ରାକ୍ଷୀ ବାନ୍ଧିଥାଏ । ଘରେ ଘରେ ବଳଭଦ୍ର ଜନ୍ମ କୁ ପାଳନ କରିବା ସହିତ ଓଡିଆ ଙ୍କ ପାରମ୍ପରା ପିଠା ପଣା ର ଆସର ଜମି ଥାଏ । ରକ୍ଷା ବନ୍ଧନ ଉତ୍ସବ ସହିତ ଗାଁ ଠୁ ସହର ବିଭିନ୍ନ ସ୍ଥାନରେ ଯୁବ ପିଢ଼ି ଙ୍କ ଦ୍ଵାରା ଗହ୍ମାଡିଆଁ, ଛୋଟ ପିଲା ଙ୍କ ପାଇଁ ମ୍ୟୁଜିକ ଚେୟାର, ଡ଼ାବା ବାଡିଆ ଭଳି ପ୍ରତିଯୋଗିତା ହୋଇଥାଏ। ଆଜି ମଧ୍ୟ ହିଞ୍ଜିଳିକାଟୁ ସହର ର କେଉଟ ସାହି, ଅଙ୍କୋରଡା ରେ ଗହ୍ମାଡିଆଁ ପରମ୍ପରା ବଞ୍ଚାଇ ରଖିଛନ୍ତି କିଛି ଯୁବପୀଢ଼ି । ଅନେକ ଅଞ୍ଚଳ ରେ ଏମିତି ପରମ୍ପରା ଲୋପ ପାଉଥିବା ବେଳେ ହିଞ୍ଜିଳିକାଟୁ ସହର ଓ ଗ୍ରାମାଞ୍ଚଳ ରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି ।