You are currently viewing ବେଲଗୁଣ୍ଠାରେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବେଲଗୁଣ୍ଠାରେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଲଗୁଣ୍ଠା,31/01, ବୈଦିକ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ସହ ହରିନାମ ଶବ୍ଦରେ ଫାଟି ପଡୁଛି ବେଲଗୁଣ୍ଠା ସହର I ପ୍ରସାଦ ସେବନ ପାଇଁ ଆନନ୍ଦ ବଜାରରେ ଲାଗିଛି ଲୋକଙ୍କ ଅସମ୍ଭବ ଭିଡ଼ I ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ମନ୍ଦିର ପାର୍ଶ୍ବରେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଯାଇଛି I ଆଜି ସକାଳ ଆଠ ଘଣ୍ଟା ସମୟରେ ରୀତିନୀତି ମୁତାବକ କର୍ମ ଆରମ୍ଭ ହୋଇ ମଧ୍ୟାହ୍ନ 12 ଘଣ୍ଟା ସମୟରେ ସୂର୍ଯ୍ୟପୂଜା, ସନ୍ଧ୍ୟା ପାଞ୍ଚ ଘଂଟା ସମୟରେ ସ୍ନାନ ନୀତି ସମ୍ପନ୍ନ ହୋଇ ମନ୍ଦିର ପ୍ରତିଷ୍ଟା ହୋମ କର୍ମ ସନ୍ଧ୍ୟା ଛଅ ଘଂଟା ସମୟ ଠାରୁ ଆରମ୍ଭ୍ ହୋଇଛି I ଏହା ସହିତ ସନ୍ଧ୍ୟା ସାତ ଘଣ୍ଟା ସମୟରେ ମାଆଙ୍କ 108 ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I

ଏହି ଅବସରରେ ସକାଳ ସାତ ଘଂଟା ଠାରୁ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହେବା ସହିତ ସକାଳ ଦଶ ଘଣ୍ଟା ଠାରୁ ପ୍ରସାଦ ସେବନ ନିମନ୍ତେ ଆନନ୍ଦ ବଜାର ଆରମ୍ଭ ହୋଇଯାଇଛି I ନାମ ଯଜ୍ଞ ଦେଖିବା ସହ ପ୍ରସାଦ ସେବନ ପାଇଁ ସକାଳୁ ସହରରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ସମୟରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଏବଂ ମାଆଙ୍କ ଆଳତି କାର୍ଯ୍ୟକ୍ରମ ଦେଖିବା ପାଇଁ ଗହଳି ମାତ୍ରା ବହୁ ପରିମାଣରେ ବଢ଼ି ଯାଇଥିଲା I
ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବାକୁ ଥିବା ବେଳେ ଲୋକଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ସହିତ ପ୍ରସାଦ ସେବନ ପାଇଁ ଏନ୍ଏସି କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି I

ରିପୋର୍ଟ-ଶିବରାମ ଚୌଧୁରୀ