You are currently viewing ଶ୍ରୀନୀଳକଣ୍ଠେଶ୍ବର ନଟରାଜ ମହୋତ୍ସବ ଲୋକ ନୃତ୍ୟ, ଓଡ଼ିଶୀ ଓ ଭଜନରେ ମତୁଆଲା ହେଲେ ଦର୍ଶକ
ଶ୍ରୀନୀଳକଣ୍ଠେଶ୍ବର ନଟରାଜ ମହୋତ୍ସବ ଲୋକ ନୃତ୍ୟ, ଓଡ଼ିଶୀ ଓ ଭଜନରେ ମତୁଆଲା ହେଲେ ଦର୍ଶକ

ବ୍ରହ୍ମପୁର
ମହାଶିବରାତ୍ରୀ ଅବସରରେ ଶିବ ପଞ୍ଚାକ୍ଷର ଓ ଶିବାଷ୍ଟକ ମନ୍ତ୍ରର ଗୁଞ୍ଜରଣ ମଧ୍ୟ ଦେଇ ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିଲା ନୃତ୍ୟ, ସଂଗୀତ, ନାଟକ ଓ ସାହିତ୍ୟର କାର୍ଯ୍ୟକ୍ରମ – ନଟରାଜ ମହୋତ୍ସବ ୨୦୨୪ ଶ୍ରୀନୀଳକଣ୍ଠେଶ୍ବର ସେବା ପ୍ରତିଷ୍ଠାନ କମିଟି ପକ୍ଷରୁ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶୀ ସଂଗୀତ ଗୁରୁ ସୀମାଞ୍ଚଳ ଦାଶ ଉଦଘାଟନ କରିଥିଲେ ।

ଲକ୍ଷ୍ୟର ସଭାପତି ମନୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଡ. କୁଳମଣି ଓଝା ମୁଖ୍ୟଅତିଥି, ସାହିତ୍ୟିକ ନୀଳକଣ୍ଠ ସାହୁ ସମ୍ମାନିତି ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଆମ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚିତ କରୁଛି ଏବଂ ଆମର ବଳିଷ୍ଠ ନୃତ୍ୟ, ସଂଗୀତ ପରମ୍ପରାକୁ ଉଜ୍ଜୀବିତ କରୁଛି ବୋଲି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ପୁରୀରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସତ୍ୟନାରାୟଣ ବାରିକ ଓ ସାଥୀ, କାଳେଶ୍ବର ରଣପା ଦଳଙ୍କ ସମେତ ବହୁ ଅନୁଷ୍ଠାନର

ଶିଶୁପ୍ରତିଭାମାନେ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶନ କରିବା ସହ ସୁମଧୁର ଭଜନ ଓ ବାଦ୍ୟବିଚିତ୍ରାରେ ମନ ମୋହିଥିଲେ । । କବି ଓ କବୟିତ୍ରୀମାନେ ଆଧ୍ୟାତ୍ମିକ କବିତା ପଠନ କରିଥିଲେ। ସେହିଭଳି, ସଂଧ୍ୟାରେ ଯାଦୁକର ସିଏଚ୍ ଶ୍ରୀନିବାସ ରାଓଙ୍କ ଏକ ମ୍ୟାଜିକ୍ ସୋ ଆୟୋଜିତ ହେବା ସହା ଦୃଷ୍ଟିହୀନ ଛାତ୍ରଙ୍କ ଭଜନ ସମାରୋହ ଶ୍ରଦ୍ଧାଳୁମାନଙ୍କୁ ବିଭୋର କରିଥିଲା।

ଉଦଘୋଷକ କାର୍ଷିକ ପାଣିଗ୍ରାହୀ ଓ ରଶ୍ମିତା କୁମାରୀ ଦଳାଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ନୀଳକଣ୍ଠେଶ୍ବର ମନ୍ଦିର ସଭାପତି କାଳୀକିଙ୍କର ପାତ୍ର, କାର୍ଯ୍ୟକାରୀ ସଭାପତି ମୋହନ ଚରଣ ସ୍ବାଇଁ, ସମ୍ପାଦକ ଦେବରାଜ ବେହେରା, ସହ ସମ୍ପାଦକ, ସିଏଚ୍ ଶ୍ରୀନିବାସ ରାଓ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଣ୍ଡା, ଭୈରବ ସ୍ବାଇଁ, କୃଷ୍ଣଚନ୍ଦ୍ର ସେନାପତି,ଲକ୍ଷ୍ମୀନାରାୟଣ ସାବତ ସହ‌ଯୋଗ କରିଥିଲେ । ପୂଜକମାନେ ଶ୍ରୀନୀଳକଣ୍ଠେଶ୍ବରଙ୍କ ନୀତିକାନ୍ତି ଭୋର ସାଢ଼େ ଚାରିଟାରେ
ଆରମ୍ଭ କରିବା ସହ ରାତିରେ ମହାଦୀପ ପ୍ରଜ୍ବଳନ ଓ ମନ୍ଦିର ବେଢ଼ା ପରିକ୍ରମା ସହ ଜାଗରଯାତ୍ରା ସମାପନ କରିଥିଲେ ।