ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ସୁନାରି ତୋଟା ସାହି ରେ ବାସ କରିଥିବା ଶିବ ଶଙ୍କର ପାଢ଼ୀ ଓ ତାଙ୍କ ପରିବାର ବର୍ଗ ଦୀର୍ଘ ଚାରି ବର୍ଷ ହେଲା ନିଜ ଘର ଆଗରେ ଜନ୍ମାଷ୍ଟମୀ ଦିନ ବାଲ ଗୋପାଳ ଙ୍କ ପୁଜା ର୍ଚନା ଅଭିଜ୍ଞ ପୁରୋହିତ ଙ୍କ ଦ୍ୱାରା କରିଥାନ୍ତି | ଏହି ପୁଜା ପାଇଁ ସାଇ ପଡୋଶୀ ର ମହିଳା ମାନେ ପୁଜା ଭୋଗ ଥାଳି ଧରି ସେଠାରେ ପହଞ୍ଚି ପୁଜା କରନ୍ତି ଓପରେ ପୁରୋହିତ ଙ୍କୁ ଦକ୍ଷିଣା ଦେଇ ଘରକୁ ପ୍ରତ୍ୟା ବର୍ତ୍ତନ କରନ୍ତି | କିନ୍ତୁ ସେହି ଗୋପାଳ କୃଷ୍ଣ ଙ୍କ ଦୟାରେ ଗୃହ କର୍ତ୍ତା ପ୍ରାୟ 400 ଲୋକଙ୍କ ନିମିତ୍ତ ପ୍ରସାଦ ର ବ୍ୟବସ୍ତା କରିଥାନ୍ତି |

ଏହି ପୁଜା କାର୍ଯ୍ୟକ୍ରମ ରେ ସ୍ତ୍ରୀ, ଓ ସାନ ଭାଇ ସୂର୍ଯ୍ୟ ନାରାୟଣ ପାଢ଼ୀ, ( ଟୁକୁଲି ) ବୋଉ ନିବାସିନୀ ପାଢ଼ୀ, ପରିବାର ବର୍ଗ ସବୁ ଭଉଣୀ ମନେ, ଜୋଇଁ ମନେ ଓ ଭଣଜା, ଭାଣଜି, ଦୁଈ ସାନ ଝିଅ ଙ୍କ ସହିତ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ସାଙ୍ଗ, ସାଥୀ , ଏହି ପୁଜା ରେ ସହଯୋଗ କରି ଆସୁଛନ୍ତି | ଆଜି ତାଙ୍କର ବିସର୍ଜନ ଦିବସ ରେ ଗୋପାଳ କୃଷ୍ଣ ଙ୍କୁ ବହୁତ ସାହି ପରିଭ୍ରମଣ କରି ଶେଷରେ ସହର ମଧ୍ୟସ୍ଥିତ ଗୋପାଳ ବନ୍ଧ ରେତାଙ୍କୁ ବିସର୍ଜନ କରିଥାନ୍ତି | ଶଙ୍କର ପାଢ଼ୀ ନିଜ ପରିବାର ପ୍ରତିପୋଷଣ ପାଇଁ କଲିକତା ର ନଦିଆ ନାଵଦୀପ ରେ କାମ କରୁଥିଲେ ମଧ୍ୟ, ପ୍ରତିବର୍ଷ ଏହି ବାଲ କୃଷ୍ଣ ଙ୍କ ପୁଜା ପାଇଁ ଘରକୁ ଆସି ପୁଜା ସରିବାର ଦୁଈ, ତିନି ଦିନ ପରେ ପୁଣି କଲିକତା ଫେରି ଯାଆନ୍ତି |

ତେବେ ଭଗବାନ କୃଷ୍ଣ ଙ୍କ ପୂଜାପାଇଁ ସେ ଏତେ ବ୍ୟଗ ଯେ ସୁଦୂର କଲିକତା ରୁ ନିଜ ଘରକୁ ଚାଲି ଆସନ୍ତି | ପ୍ରକୃତ ରେ ଏଥିରୁ ଗୋଟିଏ କଥା ପୁରା ଭାବେ ଜଣା ପଡୁଛି ଯେ ଭଗବାନଙ୍କ କରୁଣା ଡୋରି ଭକ୍ତ ଙ୍କୁଟାଣି ଆଣନ୍ତି | ଧନ୍ୟ ତାଙ୍କରି ଲୀଳା, ଓ ଧନ୍ୟ ତାଙ୍କରି ମହିମା |

